କଣ୍ଟିଲୋ ଥାନା ଅଧିକାରୀଙ୍କ ବଦଳି ଦାବି: ଧାରଣାରେ ସେବାୟତ, ନୀଳମାଧବଙ୍କ ନୀତିକାନ୍ତି ବନ୍ଦ

ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ପୀଠରେ ଥାନା ଅଧିକାରୀଙ୍କ ବଦଳି ଦାବିରେ ସେବାୟତଙ୍କ ଧାରଣା ଜାରି । ତେଣୁ ଆଜି ସକାଳୁ ସମ୍ପୂର୍ଣ୍ଣ ଭାବେ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ । ତେଣୁ ଆସନ୍ତାକାଲି ବଡ଼ ପର୍ବ ରୁକ୍ମିଣୀ ବିବାହ ଉତ୍ସବ ହେବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ନୟାଗଡ଼ (କେନ୍ୟୁଜ): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ପ୍ରସିଦ୍ଧ କଣ୍ଟିଲୋ ନୀଳମାଧବ ପୀଠରେ ସେବାୟତଙ୍କ ଧାରଣା ଜାରି । ଦୁଇ ଦିନ ହେଲା ସେବାୟତମାନେ ଧାରଣାରେ ବସି କଣ୍ଟିଲୋ ଫାଣ୍ଡି ଅଧିକାରୀଙ୍କ ବଦଳି ଦାବି କରିଛନ୍ତି । କିଛି ଦିନ ତଳେ ରାଜ୍ୟ ବାହାର ପର୍ଯ୍ଯଟକଙ୍କୁ ଦୁର୍ବ୍ଯବହାର ଘଟଣାରେ ଫାଣ୍ଡି ଅଧିକାରୀ ରମେଶ ଜେନା ଜୋତା ପିନ୍ଧି ମନ୍ଦିର ଭିତରେ ପ୍ରବେଶ କରିଥିଲେ । ପୁଣି ସେବାୟତମାନଙ୍କୁ ଦୁର୍ବ୍ଯବାହାର କରିଥିବା ଅଭିଯୋଗ ହୋଇଛି ।

ଏହାର ପ୍ରତିବାଦ କରିବା ସହ ସେବାୟତମାନେ ଗତ ଦଶ ଦିନ ଧରି ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ଯନ୍ତ କେହି କୌଣସି ପଦକ୍ଷେପ ନେଇ ନାହାନ୍ତି । ତେଣୁ ଆଜି ସକାଳୁ ସମ୍ପୂର୍ଣ୍ଣ ଭାବେ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ । ତେଣୁ ଆସନ୍ତାକାଲି ବଡ଼ ପର୍ବ ରୁକ୍ମିଣୀ ବିବାହ ଉତ୍ସବ ହେବ କି ନାହିଁ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅପର ପକ୍ଷେ ଏ ନେ଼ଇ ଫାଣ୍ଡି ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.