ବଡ ଠାକୁରଙ୍କ ଦେଖି ଭାବବିହ୍ଵଳ ଭକ୍ତ: ଆଜିଠୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତଙ୍କ ପରିବାର

ପୁରୀ(କେନ୍ଯୁଜ୍): ବଡ ଠାକୁରଙ୍କ ଦେଖି ଭାବବିହ୍ଵଳ ଭକ୍ତ । ଆଜିଠୁ ଦୁଇଦିନ ସେବାୟତଙ୍କ ପରିବାର ମହାପ୍ରଭୁଙ୍କୁ ଦର୍ଶନ କରିବେ । ଯେକୌଣସି ଦ୍ୱାର ଦେଇ ସେମାନେ ମନ୍ଦିରରେ ପ୍ରବେଶ କରିପାରିବେ । ମନ୍ଦିର ପ୍ରଶାସନ ଦେଇଥିବା ହେଲଥ୍‌ କାର୍ଡ କିମ୍ବା ଅନ୍ୟ ପରିଚୟପତ୍ର ଦେଖାଇ ମନ୍ଦିର ଭିତରକୁ ଯିବେ ସେବାୟତଙ୍କ ପରିବାର ।

୧୬ ତାରିଖରୁ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ । ପାଞ୍ଚ ଦିନ ଓ୍ଵାର୍ଡଓ୍ଵାରୀ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଏଥିପାଇଁ ମ୍ୟୁନିସିପାଲିଟି ପକ୍ଷରୁ ଚିରିକୁଟି ଦିଆଯିବ । ଆଧାରକାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇ ଗୋଟିଏ ଚିରିକୁଟିରେ ପରିବାରର ୬ ଜଣ ଯାଇପାରିବେ । ୨୩ ତାରିଖରୁ ରାଜ୍ୟ ତଥା ବାହାରର ଶ୍ରଦ୍ଧାଳୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ କିମ୍ବା ଟିକାର ଦୁଇଟ୍‌ ସାର୍ଟିଫିକେଟ ଦେଖାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ମହାପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ମନ୍ଦିର ଭିତରକୁ ଫୁଲ, ଭୋଗ ନେବା ମନା । ଛେପ ପକାଇଲେ କି ପଲିଥିନ୍‌ ନେଲେ ଜରିମନା ଗଣିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.