ରଥଯାତ୍ରା ସମୟରେ ସେବାୟତଙ୍କ ଦାନ ଉପରେ ଲାଗିଲା କଟକଣା !

puri-daitapatisପୁରୀ : ସୁପ୍ରିମକୋର୍ଟ ରଥଯାତ୍ରା ସମୟରେ ସେବାୟତଙ୍କ ଦାନ ନେବା ଉପରେ କଟକଣା ଲଗାଇଛନ୍ତି। ଏଣିକି ଦାନ ନେଇପାରିବେନି ସେବାୟତ । ଭକ୍ତମାନେ ଦାନ ଦେବା ପାଇଁ ବ୍ୟବସ୍ଥା କରାଯିବ। ରଥଯାତ୍ରା ଦିନ ରଥ ଟଣା ହୋଇ ଶରଧାବାଲିରେ ରହିବା ପରେ ରଥ ଚାରିପାଖେ ୧୨ଟି ହୁଣ୍ଡି ରଖାଯିବ। ଗୁଣ୍ଡିଚା ଘରେ ୬ଟି ହୁଣ୍ଡି ରହିବ। ସେହିପରି ଦଇତାପତିଙ୍କ ଦର୍ଶନ ଟିକେଟ ଉପରେ ମଧ୍ୟ କଟକଣା ଲାଗିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର। ଏହା ସହ ରଥଯାତ୍ରା ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ। ପୂର୍ବରୁ ଶ୍ରୀମନ୍ଦିରରେ ମଧ୍ୟ ସେବାୟତ ଦାନ ନେବା ନେଇ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ ।

Leave A Reply

Your email address will not be published.