ପାରଳାଖେମୁଣ୍ଡିରେ ଅଜଣା ଦୁର୍ବୁତ୍ତଙ୍କ ଉନ୍ମତ୍ତକାଣ୍ଡ, ଜାଳିଦେଲେ ପାର୍କିଙ୍ଗରେ ଥିବା ୭ଟି କାର୍

ଗଜପତି(କେନ୍ୟୁଜ୍‌): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ଅଜଣା ଦୁର୍ବୁତ୍ତଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ୭ଟି କାର ଜଳିଯାଇଥିବା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ସ୍ଥିତ ଟାଉନହଲ କାର ପାର୍କିଙ୍ଗରେ।

ବିଳମ୍ବିତ ରାତ୍ର କିମ୍ବା ଆଜି ଭୋରରୁ କେହି ଅଜଣା ଦୁର୍ବୁତ୍ତ  ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ଅଗ୍ନି ସଂସ୍ପର୍ଶରେ ଆସି ୭ଟି କାର୍ ପୋଡି ଯାଇଥିବାବେଳେ  ସେଥିରୁ ୪ଟି ସମ୍ପୂର୍ଣ୍ଣ  ପାଉଁଶ ହୋଇଯାଇଛି। ଅନ୍ଯ ୩ଟି କାର୍ ସାମାନ୍ୟ ପୋଡିଯିବା ସହ ଭଙ୍ଗାରୁଜା କରାଯାଇଥିବା ଦେଖିବାକୁ ମିଳିଛି । ନିଆଁ କିଏ  କାହିଁକି ଲଗାଇଲା ଅସ୍ପଷ୍ଟ ରହିଥିବା ବେଳେ ପାରଳାଖେମୁଣ୍ଡିରେ ଏପରି ଘଟଣା ପ୍ରଥମ ଘଟିଛି।

Leave A Reply

Your email address will not be published.