ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ କଟିକଟା ଗାଁର ଅଂଶୁମାନ ସାମଲଙ୍କ ଘରୁ ଚାରି ଫୁଟ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର କରାଯାଇଛି । ଅଂଶୁମାନ ସକାଳେ ଏକ ନାଗ ଛୁଆ ଖେଳୁଥିବା ଦେଖି ସ୍ନେକ ହେଲ୍ପ ଲାଇନ ସଦସ୍ୟ ପ୍ରମୋଦ ସାହୁଙ୍କୁ ଖବର ଦେଇଥିଲେ ।

ପ୍ରମୋଦଙ୍କ ସହଯୋଗୀ ଜାହଙ୍ଗୀର ଖାନ କଟିକଟାରେ ପହଂଚି ସମସ୍ତ ସାପଙ୍କୁ ଉଦ୍ଧାର କରିଥିଲେ । ଏବେ ବର୍ଷା ଋତୁ ଏବଂ ସାପଙ୍କ ର ଅଣ୍ଡା ଫୁଟିବା ସମୟ ହୋଇଥିବାରୁ ଏଭଳି ସାପ ଦେଖା ଦେଉଛନ୍ତି । ଉଦ୍ଧାର ସାପକୁ ସ୍ଥାନୀୟ ଜଙ୍ଗଲରେ ଛଡାଯାଇଛି ।