ତିହିଡି : ଗୁହାଳରେ ନିଆଁ ଲାଗି ଜଳିଗଲେ ୭ ଗୋରୁ

ଚାନ୍ଦବାଲି(କେନ୍ୟୁଜ୍‌) : ଗୁହାଳରେ ନିଆଁ ଲାଗିଯିବାରୁ ୭ ଗୋରୁ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ତିହିଡ଼ି ବ୍ଲକ ସାହପୁର ପଞ୍ଚାୟତର କଣ୍ଡରାଡ଼ିଆ ଗାଁରେ ।

ସୂଚନାନୁଯାୟୀ, ଗତକାଲି ବିଲମ୍ବିତ ରାତିରେ ତିହିଡି ବ୍ଲକ କଣ୍ଡରାଡ଼ିଆ ଗାଁରେ କୌଣସି କାରଣରୁ ଶଙ୍କର୍ଷଣ ମିଶ୍ରଙ୍କ ଗୁହାଳରେ ନିଆଁ ଲାଗିଯାଇଥିଲା ।

ନିଆଁ ଲିଭାଇବା ବେଳକୁ ଗୁହାଳରେ ଥିବା ୭ ଗୋରୁ ନିଆଁରେ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ଦେଖାଯାଇଥିଲା । ତେବେ କେଉଁ କାରଣରୁ ଗୁହାଳରେ ନିଆଁ ଲାଗିଲା ସେ ସମ୍ପର୍କରେ ଜଣାପଡ଼ିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.