କରଞ୍ଜିଆ: ଡିଲ୍‌ ବେଳେ ମାଡିବସିଲା ବନବିଭାଗ, ୭ ବାଘଛାଲ ଚୋରା ଚାଲାଣକାରୀ ଗିରଫ

କରଞ୍ଜିଆ(କେନ୍ୟୁଜ୍): ଡିଲ୍‌ ବେଳେ ମାଡିବସିଲା ବନବିଭାଗ। ୭ ବାଘଛାଲ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ, କେନ୍ଦୁଝର ବନଖଣ୍ଡ ଅଞ୍ଚଳରୁ ଏକ କଲରା ପତରିଆ ବାଘ ଛାଲି ଆଣି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ପୁରୁଣା ବସ୍‌ଷ୍ଟାଣ୍ଡ ଠାରେ କାରବାର ଚାଲିଥିଲା।

ଗତକାଲି ରାତିରେ ଡିଲ୍‌ ଚାଲିଥିବା ସମୟରେ ବନବିଭାଗ ଚଢାଉ କରିଥିଲା। ଏହି ଚଢାଉରେ ବାଘ ଛାଲ ଜବତ ସହ ୭ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୨ଜଣ ଯଶୀପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ୫ଜଣ କେନ୍ଦୁଝର ଜିଲ୍ଲାର। ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ। ଜବତ ଚମଡାର ଲମ୍ବ ସାଢେ ୪ ଫୁଟ ଓ ଓସାର ୨ଫୁଟ ୫ ଇଞ୍ଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.