ଆସନ୍ତା ୪ରୁ ଢେଙ୍କାନାଳ ଜିଲ୍ଲାରେ ଖୋଲିବ ୭ଟି ମୁଖ୍ୟ ମନ୍ଦିର, ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାବାସୀ ପାଇବେ ଦର୍ଶନ କରିବାର ସୁବିଧା

ଢେଙ୍କାନାଳ: ଆସନ୍ତା ୪ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଖୋଲିବ ୭ଟି ମୁଖ୍ୟ ମନ୍ଦିର । ପ୍ରସିଦ୍ଧ ଶୈବପୀଠ କପିଳାସ, ବଳରାମ ମନ୍ଦିର, ନାଧରାର ରାମଚଣ୍ଡୀ, ହିନ୍ଦୋଳର ଜଗନ୍ନାଥ ମନ୍ଦିର ଓ ରାମ ମନ୍ଦିର, ପରଜଙ୍ଗ ବ୍ଲକ କୁଆଳୁ ଅଷ୍ଟସମ୍ଭୁ, କାମାକ୍ଷାନଗର ରାମେଶ୍ୱର ମନ୍ଦିର ଖୋଲିବ ।

ପ୍ରଥମ ପର୍ଯ୍ୟାୟରେ ୧୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାବାସୀ ଦର୍ଶନର ସୁବିଧା ପାଇବେ । ସେହିପରି କରୋନା କଟକଣା ଭିତରେ ନୂଆ ବର୍ଷରୁ ଖୋଲିବ ଜିଲ୍ଲାର ମସଜିଦ ଓ ଗିର୍ଜା । ଗିର୍ଜାରେ ୨୦ ଜଣ ଲେଖାଏଁ ପ୍ରାର୍ଥନା ପାଇଁ ଯାଇପାରିବେ । ମସଜିଦକୁ ପ୍ରତ୍ୟେକ ରବିବାର ସମୁହ ନମାଜପାଠ ପାଇଁ ୨୦ ଜଣ ଲେଖାଏଁ ପ୍ରତି ଶୁକ୍ରବାର ୫ ଥର ଯିବାନେଇ ଅନୁମତି ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.