ଇସ୍ପାତ ସହରରେ ଉଡିଲା ୧୭ କିଲୋମିଟରର ଦୀର୍ଘତମ ତ୍ରିରଙ୍ଗା
ରାଉରକେଲା ଉଡ଼ିଛି ଦୀର୍ଘତମ ତ୍ରିରଙ୍ଗା ପତାକା। ରିଂରୋଡରେ ଶୋଭା ପାଇଛି ୧୭ କିଲୋମିଟର ଲମ୍ବର ଜାତୀୟ ପତାକା। ରାଉରକେଲା ହନୁମାନ ବାଟିକା ଛକ ଠାରୁ ଆରମ୍ଭ ହୋଇ ସେକ୍ଟର -୨ ବିଜୁ ପଟ୍ଟନାୟକ ଛକ ପର୍ଯ୍ୟନ୍ତ ଲମ୍ବିଥିଲା ପତାକା। ବିଭିନ୍ନ ଧର୍ମାବଲମ୍ବୀଙ୍କ ସହ ଛାତ୍ରଛାତ୍ରୀ ଓ ସବୁ ବର୍ଗର ଲୋକ ଏଥିରେ ସାମିଲ ହୋଇଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଲୋକ ସାମିଲ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇଥିଲେ।