ଘଷିପୁରା : ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଘଷିପୁରା ବିଜେପିର ବୃକ୍ଷରୋପଣ କାର୍ଯ୍ୟକ୍ରମ । ଘଷିପୁରା ବ୍ଲକ କେଶଦୁରାପାଳ ଗାଁ ର ଏକ ଘରୋଇ ବିଦ୍ୟାଳୟ ନିକଟରେ ବିଜେପି ନେତା ଡ଼ ଶମ୍ବୁନାଥ ରାଉତଙ୍କ ନେତୁର୍ତ୍ତ୍ୱରେ ଶତାଧିକ ଫଳନ୍ତି ଗଛ ତଥା ଆମ୍ବ, ପଣସ, ଓଉ ,ପିଜୁଳି, ସପେଟା ଆଦି ଗଛ ଲଗାଯାଇଛି । ଛାତ୍ରଛାତ୍ରୀ ମାନଙ୍କ ପାଇଁ ସବୁଜ ସୁନ୍ଦର ବଗିଚା ତିଆରି କରିବା ସମେତ ଜଳବାୟୁ ପ୍ରଦୂଷଣରେ ରୋକ ଲଗାଇବାକୁ ଏହି ଗଛ ସକ୍ଷମ ହେବେ ବୋଲି ମତପ୍ରକାଶ କରିଛନ୍ତି ବୃକ୍ଷ ରୋପଣ କରୁଥିବା ବ୍ୟକ୍ତି ବିଶେଷ ।
ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାଯ୍ୟକ୍ରମ ଚାଲିଥିବା ବେଳେ ଘଷିପୁରା ଅଞ୍ଚଳ ଏଥିରୁ ବାଦ ପଡି ନାହିଁ । କାର୍ଯ୍ୟକ୍ରମ ରେ ଅନେକ ବିଜେପି ନେତା ସାମିଲ ଥିବା ଦେଖିବାକୁ ମିଳିଛି ।