ରାଜ୍ୟ

ଗାଁର ଏକାଧିକ ଲୋକେ ସଂଘବଦ୍ଧ ଭାବେ ଯୁବକଙ୍କୁ କଲେ ଆକ୍ରମଣ

ଗଜପତି: ମୁଣ୍ଡ ବାଡ଼େଇ କାନ୍ଦୁଛି ମା । କାନ୍ଦ ବୋବାଳି ଫାଟି ପଡ଼ୁଛି ଏହି ସ୍ଥାନ । କହୁଛି ମୋ ଏତେ ବଡ଼ ଭେଣ୍ଡିଆ ପୁଅକୁ ସମସ୍ତେ ମିଶି ମାରିଦେଲେ । କଣ କରିବି ମୋ ପୁଅକୁ କିଏ ମୋ କୋଳକୁ ଫେରାଇ ଦେବ । ମୋ ପୁଅକୁ ସମସ୍ତେ ମିଶି ଆକ୍ରମଣ କରୁଥିଲେ ମୁ ଯାଇ ଦେଖିଲାରୁ ମୋ ପୁଅ କ୍ଷତାକ୍ତ ଅବସ୍ଥାରେ ପଡ଼ିଛି । ଆମେ ଚାରିପହଣ୍ଡ ଗଲା ବେଳକୁ ବୋଉ ମରିଗଲି ମରିଗଲି ମୋ ପୁଅ ଚିତ୍କାର କରୁଛି । ହେଲେ ପିଟି ପିଟି ମାରିଦେଲେ ମୋ ପୁଅକୁ । ମୋ ଅନ୍ତର କାନ୍ଦୁଛି ମୋତେ ନ୍ୟୟ ଦରକାର ।

ହଁ ଆଜ୍ଞା, ଏ ଥିଲା ଗୋଟିଏ ମା’ର ଦୁଃଖ । ସେ ଛାତି ବାଡ଼େଇ କାନ୍ଦି କାନ୍ଦି ତା ଭେଣ୍ଡିଆ ପୁଅକୁ ଝୁରୁଛି । କାରଣ ତା ପୁଅକୁ ସଂଘବଦ୍ଧ ଭାବେ ଆକ୍ରମଣ କରି ତା ଜୀବନ ନେଇଯାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଗଜପତି ଗୁରୁଣ୍ଡି ଥାନା ଅନ୍ତର୍ଗତ ଶ୍ରଦ୍ଧାପୁର ନିକଟରେ ଘଟିଯାଇଛି । ମୃତ ଯୁବକ ଜଣକ ହେଉଛନ୍ତି ଭିନଳା ଗାଁର ଯୁବକ ପ୍ରଶାନ୍ତ ଜେନା । ଭିନଳା ଗ୍ରାମର ଏକାଧିକ ଲୋକେ ଠେଙ୍ଗା, ରୋଡ, କାତି ମାରଣାସ୍ତ୍ରରେ ସଙ୍ଗବଦ୍ଧ ଭାବେ ପ୍ରଶାନ୍ତଙ୍କ ଉପରେ ଆକ୍ରମଣ କରିଥିଲେ । ଯାହାଫଳରେ ପ୍ରଶାନ୍ତଙ୍କର ଘଟଣାସ୍ଥଳରେ ହିଁ ଜୀବନ ଚାଲିଯାଇଥିବା କହୁଛନ୍ତି ।

ତେବେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ପ୍ରଶାନ୍ତକୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପ୍ରଶାନ୍ତଙ୍କ ମା’ଙ୍କ କହିବାନୁଯାୟୀ ପ୍ରଶାନ୍ତଙ୍କୁ ଯେତେବେଳେ ଏତେଜଣ ଏକତ୍ର ହୋଇ ଆକ୍ରମଣ କରିଥିଲେ ସେହି ସମୟରେ ପ୍ରଶାନ୍ତଙ୍କ ଚିତ୍କାର ଶୁଣି ସେଠାରେ ପହଞ୍ଚିଥିଲେ ତାଙ୍କ ସମ୍ପର୍କୀୟ ସନ୍ତୋଷ ପ୍ରଧାନ ଏବଂ ପ୍ରଶାନ୍ତଙ୍କ ମା । ସେତେବେଳକୁ ସେଠାରେ ଲୁହାରଡ଼ ମାରଣାସ୍ତ୍ର ପଡ଼ିଥିବାର ଦେଖିଥିବା ବେଳେ ପ୍ରଶାନ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିରହିଥିଲେ । ତାଙ୍କୁ ଉଦ୍ଧାର କରି ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ତାଙ୍କର ରାସ୍ତାରେ ମୃତ୍ୟୁ ଘଟିଥିଲା । ଗତକାଲି ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ହତ୍ୟା ଅଭିଯୋଗ ନେଇ ପ୍ରଶାନ୍ତଙ୍କ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆକ୍ରମଣକାରୀଙ୍କ ନାଁରେ ।

Sasmita

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

9 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

17 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

32 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

38 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

52 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago