ଭୁବନେଶ୍ୱରରେ ସିରିଜ୍ ଦୁର୍ଘଟଣା, ଅନେକ ଗାଡ଼ି କ୍ଷତିଗ୍ରସ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ହୋଇଛି ସିରିଜ୍ ଦୁର୍ଘଟଣା । ଏହି ଅଘଟଣ ଦିନ ଦ୍ବିପ୍ରହରରେ ହୋଇଛି । ଗୋଟିଏ କାର୍ ସମେତ ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଭୁବନେଶ୍ୱରର ଡମଣା ଛକ -ଶୈଳଶ୍ରୀ ବିହାର ରାସ୍ତାରେ ଏକ କାର ଅନେକ ଗାଡ଼ିକୁ ଧକ୍କା ଦେବା ପରେ ସିରିଜ୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତିନିରୁ ଚାରୋଟି ବାଇକ୍ ଏବଂ ଗୋଟିଏ କାର କ୍ଷତିଗ୍ରସ୍ତ ହୋଇଛି। କାର ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଦେଖି ପଦଯାତ୍ରୀମାନେ ଜୀବନ ବଞ୍ଚାଇବାକୁ ଦୌଡ଼ିବାରୁ ଅଳ୍ପକେ ରକ୍ଷା ପାଇଛନ୍ତି ।
ସୂଚନା ପାଇ ଚନ୍ଦ୍ରଶେଖରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା କାରଟିକୁ ମଧ୍ୟ ଜବତ କରିଛି ଏବଂ ଦୁର୍ଘଟଣା ବିଷୟରେ ସୂଚନା ପାଇବା ପାଇଁ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଛି। ସ୍ଥାନୀୟ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ସିରିଜ୍ ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ ପୋଲିସ ସମ୍ପୃକ୍ତ କାରର ଡ୍ରାଇଭରଙ୍କୁ ମଧ୍ୟ ପଚରାଉଚରା କରୁଛି।
ଦୁର୍ଘଟଣାସ୍ଥଳରେ କ୍ଷତିଗ୍ରସ୍ତ ଗାଡ଼ିଗୁଡ଼ିକୁ ଦେଖିବା ଏବଂ ଦୁର୍ଘଟଣାର ସିରିଜ୍ କିପରି ଘଟିଲା ତାହା ଜାଣିବା ପାଇଁ ଏକ ବିରାଟ ଭିଡ଼ ଜମିଥିଲା । ଏଠାରେ ଉଲ୍ଲେଖନୀୟ ଯେ ଜାନୁଆରୀ ୨୩ ତାରିଖରେ ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ ମଧ୍ୟରେ ଏକ ମୋ ବସ୍ ଅନ୍ୟ ଏକ ମୋ ବସ୍ ସହିତ ଧକ୍କା ଦେବା ଫଳରେ ଏକ ସିରିଜ୍ ଦୁର୍ଘଟଣା ଘଟି ଅନେକ ଲୋକ ଆହତ ହୋଇଥିଲେ।
Also read: ରାଜଧାନୀ ଦିଲ୍ଲୀରେ ସିରିଜ୍ ଦୁର୍ଘଟଣା: ହାଇୱେରେ ପଛକୁ ପଛ ପିଟି ହେଲା ୫ କାର