ରାୟଗଡ଼ାରେ ‘ତିତ୍‌ଲି’ ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି, କାଶିପୁର ଓ କଲ୍ୟାଣସିଂହପୁର ବ୍ଲକରେ ହାଇ ଆଲର୍ଟ ଜାରି

ରାୟଗଡ଼ା(କେନ୍ଯୁଜ୍) : ବିଭିନ୍ନ ସ୍ଥାନରେ ‘ତିତ୍‌ଲି’ ର ପ୍ରଭାବ ଦେଖିବାକୁ ମିଳିଛି। ଏହି ପରୀପେକ୍ଷୀରେ ରାୟଗଡ଼ାରେ ଗତକାଲି ରାତିରୁ ପ୍ରବଳ ବର୍ଷା ଜାରି ରହିଛି। ରୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷକରି ରାୟଗଡ଼ା ସଦର ମକହୁମା ସମେତ ଗୁଣୁପୁର, ଗୁଡାରୀ ଓ ପଦ୍ମପୁର ଅ଼ଞ୍ଚଳରେ ଏହାର ଅଧିକ ପ୍ରଭାବ ପଡିଛି। ସହର ବିଭିନ୍ନ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇଥିବା ସହ ବିଦ୍ୟୁତ୍‌  ସରବରାହ ବିଛିନ୍ନ ହୋଇଯାଇଛି। ଗୁଣୁପୁରରେ ଅଧିକ କ୍ଷୟକ୍ଷତି ହୋଇଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରାୟ ୧ହଜାର ଲୋକଙ୍କୁ ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି। ଜିଲ୍ଲାର କାଶିପୁର ଓ କଲ୍ୟାଣସିଂହପୁର ବ୍ଲକରେ ହାଇ ଆଲର୍ଟ ଜାରି କରାଯାଇଛି। ବିଭିନ୍ନ ବିଭାଗର ଅଧିକାରୀମାନେ ବ୍ଲକ, ବ୍ଲକ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ କରୁଛନ୍ତି।

 

 

 

 

 

 

 

 

 

 

 

You might also like