ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହେଲା ଅସାନି, ଆନ୍ଧ୍ରର କାକିନାଡ଼ା-ବିଶାଖାପାଟଣା ନିକଟରେ ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ୱର (କେନ୍ୟୁଜ): ଦୁର୍ବଳ ହେଲା ବାତ୍ୟା ଅସାନି । ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି । ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୪୦ କିଲୋମିଟର ଦୂରରେ ପଶ୍ଚିମ -କ୍ରେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କ୍ରେନ୍ଦ୍ରୀଭୂତ ହୋଇଛି । ଗତ ୬ ଘଣ୍ଟାରେ ଏହା ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।

ଆନ୍ଧ୍ରର କାକିନାଡ଼ା-ବିଶାଖାପାଟଣା ନିକଟରେ ସ୍ଥଳଭାଗ ଛୁଇଁପାରେ। ମଛଲିପଟ୍ଟନମଠାରୁ ୯୦ କି.ମି ଦକ୍ଷିଣ-ଦକ୍ଷିଣପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ପୁରୀଠାରୁ ଦକ୍ଷିଣପଶ୍ଚିମ ଦିଗରେ ୬୫୦ କିମି ଦୂରରେ ଅଛି ‘ଅସାନି’। ବାତ୍ୟା ପାଇଁ ଆନ୍ଧ୍ର ଉପକୂଳକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେଉଛି ।

Leave A Reply

Your email address will not be published.