ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା । ସାରା ପଶ୍ଚିମ ଓଡ଼ିଶାକୁ ଅସ୍ତବ୍ୟସ୍ତ କରି ପକାଉଛି ଖରା । ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି । ଗତକାଲି ଟିଟିଲାଗଡ଼ରେ ୪୬.୫ ଡିଗ୍ରୀ ଓ ବଲାଙ୍ଗିରରେ ୪୬.୪ ଡିଗ୍ରୀ ତାପମାତ୍ରା ରହିଥିଲା ।

ପଶ୍ଚିମ ଓଡ଼ିଶାର ୧୨ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ଏଯାଏ ରାଜ୍ୟରେ ଅଂଶୁଘାତରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ଭାବେ ସ୍ପଷ୍ଟ ହୋଇଛି । ସୁନ୍ଦରଗଡ଼ରେ ୧୨ଜଣ ଓ ଝାରସୁଗୁଡ଼ାରେ ୬ଜଣଙ୍କର ଅଂଶୁଘାତରେ ମୃତ୍ୟୁ ନେଇ ଅଭିଯୋଗ ଆସିଛି । ଏହାର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି ।

ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି ଏସଆରସି । ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହିଟ ୱେଭ ଜାରି ରହିବ । ଏଥିପାଇଁ ଦିନ ୧୧ଟାରୁ ଅପରାହଣ ୩ଟା ଯାଏ ପିକ ଆୱାରରେ ଲୋକମାନେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଅତି ଜରୁରୀ ନ ହେଲେ ବାହାରକୁ ନ ବାହାରିବାକୁ କୁହାଯାଇଛି ।

You might also like