ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ

ଭୁବନେଶ୍ବର: ଓଡ଼ିଶାରେ ହାଡ଼ଭଙ୍ଗା ଶୀତ ।  ଥରୁଛି ଉପକୂଳରୁ ଉପାନ୍ତ ।  ଅନେକ ଜିଲ୍ଲାରେ ‘କୋଲ୍ଡ ୱେଭ୍’ ଆଲର୍ଟ ।  ରାଜ୍ୟରେ ଏବେ ପ୍ରବଳ ଶୀତର ଲହରୀ ଜାରି ରହିଛି ।  ଅନେକ ସ୍ଥାନରେ ପାରଦ ବହୁତ ତଳକୁ ଖସିଛି ।  ଶୀତ ପାଇଁ ଭାରତୀୟ ପାଣିପାଗ ବିଭାଗ ଅନେକ ଜିଲ୍ଲା ଲାଗି ସତର୍କ ସୂଚନା ଜାରି କରିଛି ।

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ତାପମାତ୍ରା ଶୂନ ଡିଗ୍ରିକୁ ଖସିଛି ।  ଯାହା ରାଜ୍ୟର ସବୁଠାରୁ କମ୍ । ସେହିପରି ଝାରସୁଗୁଡ଼ାରେ ଆଜି ୬.୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରଦ ୧୦.୨ ଡୀଗ୍ରି ସେଲସିୟସକୁ ଖସିଛି ।  ଜଗତସିଂହପୁର, କଟକ, ବାଲେଶ୍ୱର, ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ସୋନପୁର, ନବରଙ୍ଗପୁର ଏବଂ କୋରାପୁଟ ଭଳି ଜିଲ୍ଲାରେ ଶୀତ ଲହରୀ ଅଧିକ ଅନୁଭୂତ ହେଉଛି  ।

ଶୀତ ସାଙ୍ଗକୁ ଘନ କୁହୁଡ଼ି କଲବଲ କରୁଛି ।  ନୟାଗଡ଼, ବୌଦ୍ଧ, କଟକ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳରେ ସମସ୍ୟା ଦେଖାଯାଇଛି ।  ଆଗାମୀ କିଛି ଦିନ ପାଇଁ ଅନେକ ସ୍ଥାନରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ଜାନୁଆରୀ ମଧ୍ୟଭାଗ ପୂର୍ବରୁ ଶୀତ କମିବାର ସମ୍ଭାବନା କମ୍ ।

 

Also read: ମହିଳାଙ୍କୁ ପୁଲିସର ଆକ୍ରମଣ ଓ ଦୁର୍ବ୍ୟବହାର ଅଭିଯୋଗ, ପୁଲିସ ବିରୋଧରେ ଥାନାରେ ଅଭିଯୋଗ କଲେ ମହିଳା