ବାଲେଶ୍ୱରରେ ବଡ଼ ଧରଣର ସେକ୍ସ ରାକେଟର ପର୍ଦ୍ଦା ଫାଶ,୧୩ ଗିରଫ

ବାଲେଶ୍ୱର ପୋଲିସ ଏକ ବଡ଼ ଧରଣର ସେକ୍ସ ରାକେଟର ପର୍ଦ୍ଦା ଫାଶ କରିଛି । ସେକ୍ସ ରାକେଟ ସହ ରହିଛି ବାଂଲାଦେଶ ଲିଙ୍କ୍‌ । ସେକ୍ସ୍‌ ରାକେଟ ଅଭିଯୋଗ ରେ ବାଲେଶ୍‌ର ପୋଲିସ ଦ୍ଵାରା ୧୩ ଗିରଫ ହୋଇଥିବା ବେଳେ ବାଲେଶ୍‌ର ଜିଲ୍ଲା ପୋଲିସ ମୁଖ୍ଯାଳୟରେ ବାଲେଶ୍‌ର ଏସ ପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୧୩ ଗିରଫ ଙ୍କ ମଧ୍ୟରେ ରହିଛନ୍ତି ୬ ଜଣ ଯୁବତୀ ରହିଥିବା ବେଳେ ୨ ବଙ୍ଗଳାଦେଶୀ ଯୁବତୀ ବୋଲି ଜଣାପଡ଼ିଛି ।

ବାଲେଶ୍ୱର (କେନ୍ୟୁଜ୍) : ବାଲେଶ୍ୱର ପୋଲିସ ଏକ ବଡ଼ ଧରଣର ସେକ୍ସ ରାକେଟର ପର୍ଦ୍ଦା ଫାଶ କରିଛି । ସେକ୍ସ ରାକେଟ ସହ ରହିଛି ବାଂଲାଦେଶ ଲିଙ୍କ୍‌ । ସେକ୍ସ୍‌ ରାକେଟ ଅଭିଯୋଗ ରେ ବାଲେଶ୍‌ର ପୋଲିସ ଦ୍ଵାରା ୧୩ ଗିରଫ ହୋଇଥିବା ବେଳେ ବାଲେଶ୍‌ର ଜିଲ୍ଲା ପୋଲିସ ମୁଖ୍ଯାଳୟରେ ବାଲେଶ୍‌ର ଏସ ପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୧୩ ଗିରଫ ଙ୍କ ମଧ୍ୟରେ ରହିଛନ୍ତି ୬ ଜଣ ଯୁବତୀ ରହିଥିବା ବେଳେ ୨ ବଙ୍ଗଳାଦେଶୀ ଯୁବତୀ ବୋଲି ଜଣାପଡ଼ିଛି ।

ଦୁଇ ବାଂଲାଦେଶୀ ଯୁବତୀ ଙ୍କ ବିରୁଦ୍ଧରେ ବାଲେଶ୍‌ର ପୋଲିସ ୧୪ A(b) , ୧୪ C ଫରେନର୍ଶ ଆକ୍ଟ୍‌ , ୧୯୪୬ ଏବଂ ସେକ୍ସନ ୩୪ ର ଆଧାର ଆକ୍ଟ ୨୦୧୬ ବଳରେ ଗିରଫ କରିଛି ପୁଲିସ୍‌ । ଏହାସହ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଅଞ୍ଚଳ ଜଣେ ଦଲାଲ କୁ ମଧ୍ୟ ଗିରଫ କରିଛି ପୋଲିସ । ଯିଏ କି ବଙ୍ଗଳାଦେଶୀ ଯୁବତୀ ଙ୍କୁ ଭାରତ ଆସିବା ପାଇଁ କାଗଜପତ୍ର ପ୍ରସ୍ତୁତ କରୁଥିଲା ଓ ବସ୍ତା ଅଞ୍ଚଳର ମୁଖ୍ଯ ଦଲାଲ ସହ ମିଶି ଓଡ଼ିଶା ରେ ବିଭିନ୍ନ ଅଞ୍ଚଳକୁ ଯୁବତୀ ଚାଲାଣ କରି ଅର୍ଥ ରୋଜଗାର କରୁଥିଲା ।

ସମସ୍ତଙ୍କୁ ବାଲେଶ୍‌ର ସଦର ଥାନା ଅନ୍ତର୍ଗତ ମେଘ ଡମ୍ବରୁ , ସିଙ୍ଗଲା ଥାନା ଅଞ୍ଚଳ ରୁ ଓ ବସ୍ତା ଥାନା ଅନ୍ତର୍ଗତ ଅମର୍ଦା ଅଞ୍ଚଳରୁ ଗିରଫ କରିଛି ପୁଲିସ୍‌ । ସେହିଭଳି ଉଦ୍ଧାର ହୋଇଥିବା ଜଣେ ପୀଡ଼ିତା ଙ୍କୁ ଅଧିକ ପଚରା ଉଚୁରା ପରେ ଖୋର୍ଦ୍ଧା ଅଞ୍ଚଳର ଜଣେ ଯୁବକ ଙ୍କୁ ମଧ୍ୟ ଗିରଫ କରିଛି ପୁଲିସ୍‌ । ଅଧିକ ଅର୍ଥ ଉପାର୍ଜନ ଲୋଭରେ ବାଂଲାଦେଶୀ ଯୁବତୀ ଭାରତ ଆସିଥିବା ବେଳେ ସେମାନଙ୍କୁ ଦେହ ବ୍ଯବସାୟ ରେ ନିୟୋଜିତ କରି ଦଲାଲ ମାନେ ମାଲା ମାଲ୍‌ ହେଉଥିଲେ।

Leave A Reply

Your email address will not be published.