ସେକ୍ସ ରାକେଟର ପର୍ଦ୍ଦାଫାଶ କଲା ପୋଲିସ, ଗ୍ରାହକ ବେଶରେ ଯାଇ ୨ ଯୁବତୀଙ୍କୁ ଧରିଲା
ବାଙ୍କୀ: ବାଙ୍କୀରେ ଦେହ ବ୍ୟବସାୟ । ବାଙ୍କୀ- ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥରରେ ସେକ୍ସ ରାକେଟ ଠାବ ହୋଇଛି । ଗ୍ରାହକ ବେଶରେ ଯାଇ ଧରିଲେ ବୈଦେଶ୍ବର ଥାନା ଅଧିକାରୀ । ୨ ଯୁବତୀଙ୍କ ସହ ୨ ଯୁବକଙ୍କୁ ଧରିଲା ପୋଲିସ । ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । କଳାପଥର ଧଳାପଥର ମଧ୍ଯସ୍ଥଳରେ ଥିବା ଏକ ଘରେ ଦୀର୍ଘ ଦିନ ଧରି ସେକ୍ସ ରାକେଟ ଚାଲୁଥିବା ଖବର ପାଇଥିଲା ବୈଦେଶ୍ବର ଥାନା ପୋଲିସ । ଏହାପରେ ନିଜେ ଥାନା ଅଧିକାରୀ ଗ୍ରାହକ ବେଶରେ ଯାଇ ରେଡ୍ କରିଥିଲେ । ଘଟଣାସ୍ଥଳରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିବା ସହ ସମସ୍ତଙ୍କୁ ଥାନାରେ ଅଟକ ରଖାଯାଇଛି ।
ସୂଚନା ଯୋଗ୍ୟ ନଭେମ୍ବର ୨୮ରେ ମଧ୍ଯ ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଥିଲା । ଏହି ଘଟଣାରେ ୪ ଯୁବତୀଙ୍କୁ ଉଠାଇ ନେଇଥିଲା ଖଣ୍ଡଗିରି ଥାନା ପୋଲିସ । ଖଣ୍ଡଗିରି ଅଞ୍ଚଳର ଏକ ଘରେ ଏହି ସେକ୍ସ କାରବାର ଚାଲିଥିଲା । ଏଥିରେ ନୟାଗଡ଼ର ଜଣେ ରାଣୀ ମହୁମାଛୀଙ୍କ ଜରିଆରେ ଏହି କାରବାର ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା ।
ସେହିପରି କିଛି ଦିନ ତଳେ କଟକ ମଧୁପାଟଣା ଥାନା ଅଞ୍ଚଳରୁ ସନ୍ଦେହଜନକ ଭାବେ ନାବାଳିକା ଉଦ୍ଧାର ଘଟଣାରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଥିଲା ପୋଲିସ । ନାବାଳିକାଙ୍କୁ ଦେହଜୀବୀ ଭାବେ କାମରେ ଲଗାଇଯାଇଥିବା ନେଇ କଟକ ଶିଶୁ ମଙ୍ଗଳ କମିଶନଙ୍କ ରିପୋର୍ଟ ପରେ ଏବେ ଦ୍ବୈତନଗରୀରେ ବାଂଲଦେଶୀ ସେକ୍ସ ରାକଟେକୁ ନେଇ ଚର୍ଚ୍ଚା ଚାଲିଥିଲା । ନାବାଳିକାଙ୍କ ବୟାନ ଆଧାରର CWC ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛି, ତାକୁ ନେଇ ଖେଳିଛି ଚାଞ୍ଚଲ୍ୟ ।