ଭଦ୍ରକ ଡଗମୁଣ୍ଡ ସ୍ଥିତ ଏକ ଭଡା ଘରୁ ସେକ୍ସ ରାକେଟ ଠାବ, ୪ ମହିଳା ଓ ୨ ପୁରୁଷ ଅଟକ

ଭଦ୍ରକ(କେନ୍ୟୁଜ୍):  ଭଦ୍ରକ ସହରରୁ ସେକ୍ସ ର‍୍ୟାକେଟ୍ ଠାବ । ସହରାଞ୍ଚଳ ଥାନା ଡଗମୁଣ୍ଡ ସ୍ଥିତ ଏକ ଭଡା ଘରୁ ସେକ୍ସ ରାକେଟ ଠାବ ହୋଇଛି । ୪ ଜଣ ମହିଳାଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଦୁଇ ଜଣ ପୁରୁଷଙ୍କୁ ଗିରଫ କରାଯାଇଛି । ପୋଲିସର ଦୀର୍ଘ ସମୟ ତନାଘନା ପରେ ସେକ୍ସ ରାକେଟରେ ସମ୍ପୃକ୍ତ ମହିଳା ଓ ପୁରୁଷଙ୍କୁ ଥାନାକୁ ଆଣିଥିଲା ପୋଲିସ ।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୧୫ ଦିନ ହେବ ଘର ଭଡାରେ କିଛି ମହିଳା ରହୁଥିଲେ । ଘରକୁ ବହୁ ମହିଳା ଓ ପୁରୁଷ ଯାଆସ କରିଥାନ୍ତି । ସ୍ଥାନୀୟ ଲୋକେ ମହିଳା ଓ ପୁରୁଷଙ୍କ କାର୍ଯ୍ୟକଳାପକୁ ସନ୍ଦେହ କରି ଟାଉନ ପୋଲିସକୁ ଖବର ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.