କଟକ କଲେଜ ଛକ ଅମ୍ବିକା ରେସିଡେନ୍ସିରେ ସେକ୍ସ ରାକେଟ ଠବ: କିଙ୍ଗ ପିନ ଓ ଜଣେ ଗ୍ରାହକ ସହ ହୋଟେଲ ମ୍ଯାନେଜରକୁ ଅଟକ

କଟକ(କେନ୍ୟୁଜ୍):କଟକ କଲେଜ ଛକ ଅମ୍ବିକା ରେସିଡେନ୍ସିରେ ମାଲଗୋଦାମ ପୋଲିସ ଚଢ଼ାଉ କରି ଏକ ସେକ୍ସ ରାକେଟ ଠାବ କରିଛି। ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏହି ଚଢ଼ାଉ କରିଥିଲା। ରେଡ଼ରେ ପୋଲିସ ଜଣେ ଦେହଜୀବୀ ସହିତ ସେକ୍ସ ରାକେଟ ଚଳାଉଥିବା ଜଣେ ମହିଳା କିଙ୍ଗ ପିନ ଓ ଜଣେ ଗ୍ରାହକଙ୍କ ସହିତ ହୋଟେଲ ମ୍ଯାନେଜରକୁ ଅଟକ ରଖିଛି।

cuttack sex

ହୋଟେଲର ୨୦୫ ନଂ ରୁମରେ ଦେହୀଜୀବୀ ଓ ଗ୍ରାହକଙ୍କୁ ଅସଂଯତ ଅବସ୍ଥାରେ ପାଇଥିଲା ପୋଲିସ। ସେମାନଙ୍କ ନିକଟରୁ ତିନୋଟି ମୋବାଇଲ ସହିତ ଆପତ୍ତିଜନକ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି। ତେବେ ହୋଟେଲରେ ଗ୍ରାହକ ଥିଲେ ମଧ୍ୟ ରେଜିଷ୍ଟ୍ରରରେ କୌଣସି ଏଣ୍ଟ୍ରି ହୋଇନଥିବା ପୋଲିସ ସୂଚନା ଦେଇଛି। କୋଭିଡକୁ ନେଇ ସପ୍ତାହନ୍ତ ଲକଡାଉନ ଚାଲିଥିବା ବେଳେ ହୋଟେଲରେ ଏପରି ସେକ୍ସ ରାକେଟ ଚାଲିବା ସହରବାସୀଙ୍କୁ ବେଶ ଚକିତ କରିଛି।

Leave A Reply

Your email address will not be published.