ବାହାରକୁ ହୋଟେଲ ଓ ଲଜ୍‌ ଆଉ ଭିତରେ ଚାଲିଥିଲା ସେକ୍ସ ରାକେଟ୍‌

ଝାରସୁଗୁଡ଼ା (କେନ୍ୟୁଜ୍‌) : ଝାରସୁଗୁଡ଼ା ସଦର ଥାନା ପଞ୍ଚପଡା ବାଇପାସ ଠାରେ ଏକ ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ୍‌ । ଏଠାରେ ଥିବା ଶିବ ଶକ୍ତି ଲଜ୍ ଏବଂ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା ।

ବିଶେଷ ସୁତ୍ରରୁ ଖବର ପାଇ ପୋଲିସ୍‌ ଚଢ଼ାଉ କରି ୨ଜଣ ଗ୍ରାହକ ଓ ଜଣେ ବଙ୍ଗୀୟ ଯୁବତୀଙ୍କୁ ଏକ କୋଠରୀରୁ ରେଡ୍ ହେଣ୍ଡରେ ଧରିଥିଲା । ତେବେ ଶିବ ଶକ୍ତି ହୋଟେଲ ମାଲିକ ପ୍ରେମାନନ୍ଦ ପଟେଲ ସେଠାରୁ ଚମ୍ପଟ ମାରିଥିଲା । ପରେ ପୋଲିସ ଫେରାର୍ ଥିବା ହୋଟେଲ ମାଲିକକୁ ଧରି ଅନ୍ୟ ଦୁଇ ଗ୍ରାହକଙ୍କ ସହ କୋର୍ଟ ଚାଲାଣ କରିଛି । ବଙ୍ଗୀୟ ଯୁବତୀ ଜଣକୁ ସେଲଟର ହାଉସରେ ରଖାଯାଇଥିବା ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଏସ୍.ଡି.ପି.ଓ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.