ରାଉରକେଲାରେ ସେକ୍‌ସ ରାକେଟ ଠାବ, ୨ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ରାଣୀ ମହୁମାଛି ଓ ଦୁଇ ଯୁବକଙ୍କୁ ଗିରଫ

ରାଉରକେଲାରେ ସେକ୍‌ସ ରାକେଟ ଠାବ । ୨ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ରାଣୀ ମହୁମାଛି ଓ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସର ସ୍ୱତନ୍ତ୍ର ସ୍କ୍ଵାଡ । ସେକ୍ଟର ୧୭ର ସି ୪୦ କ୍ୱାର୍ଟରରେ ସେକ୍‌ସ କାରବାର ଚାଲିଥିବା ନେଇ ଖବର ମିଳିବା ପରେ ଗତକାଲି ବିଳମ୍ବିତ ରାତିରେ ସେକ୍ଟର ୧୫ ପୋଲିସ ଚଢଉ କରିଥିଲା। ଚଢାଉ ବେଳେ ୨ଜଣ ବଙ୍ଗୀୟ ଯୁବତୀଙ୍କ ସହ ରାକେଟ ଚଳାଉଥିବା ମହିଳା ଓ ୨ଜଣ ଯୁବକଙ୍କୁ ଧରିଥିଲା ପୋଲିସ। ରାଉରକେଲାର ଅନେକ କ୍ୱାର୍ଟରରେ ସେକ୍‌ସ କାରବାର ନେଇ ଅଭିଯୋଗ ହେଉଥିଲା। ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ରାଉରକେଲା ଏସପିଙ୍କ ପାଖରେ ଅଭିଯୋଗ ହୋଇଥିଲା। ଏସପିଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.