ରାଉରକେଲାରେ ସେକ୍ସ ରାକେଟ ଠାବ, ୫ ଦେହଜୀବୀ ସହ ଗ୍ରାହକ ଦଲାଲ ଗିରଫ

ରାଉରକେଲା : ରାଉରକେଲାରେ ସେକ୍ସ ରାକେଟ ଠାବ । ସେକ୍ସ ରାକେଟରେ ଜଡିତ ୫ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି । ଏହି ମାମଲାରେ ମୋଟ ଆଠ ଜଣକୁ ଧରିଛି ପୋଲିସ । ଗ୍ରାହକ ସାଜି ସେକ୍ସ ରାକେଟ ଉପରେ ଚଢ଼ାଉ କରିଥିଲା ପୋଲିସ । ରାଉରକେଲାରେ ଖୋଲାଖୋଲି ଭାବେ ଏକ ଘରେ ଚାଲିଥିଲା ସେକ୍ସ ରାକେଟ ।
ଝିରପାଣି ପୋଲିସ ସେକ୍ସ ରାକେଟ ଠାବ କରି ୫ ଦେହଜୀବୀ ଉଦ୍ଧାର କରିଛି । ରାଣୀ ମହୁମାଛି ସହ ଜଣେ ଘର ମାଲିକ ଏବଂ ଜଣେ ଦଲାଲ ସହ ୫ ଜଣଙ୍କୁ ଅଟକ ରଖିଛି ପୋଲିସ। ରାଉରକେଲା ଝିରପାଣି ଥାନା କୋଏଲ ନଗର ଅଞ୍ଚଳରେ ଏକ ଘରେ ଚାଲିଥିଲା ଏହି ସେକ୍ସ ରାକେଟ । ତେବେ ଏହି ସେକ୍ସ ରାକେଟ ବହୁଦିନ ହେବ ରାଉରକେଲା ସହରରେ ଚାଲିଥିବା ବେଳେ ବର୍ତ୍ତମାନ ପୋଲିସ ରେଡ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।