ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ସତ୍ୟବିହାର ଅଞ୍ଚଳରେ ସେକ୍ସ ର୍ୟାକେଟ ଠାବ । ଲକ୍ଷ୍ମୀ କନସଲଟାନ୍ସୀ ନାଁରେ ଚାଲିଥିଲା ସେକ୍ସ ର୍ୟାକେଟ । ଏନେଇ ସେଠାରେ ଚାକିରି କରିଥିବା ଯୁବତୀ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ ।
ପୋଲିସ ଘଟଣାର ତଦନ୍ତ କରିବା ସହ ସଂପୃକ୍ତ କନସଲଟାନ୍ସୀର ମାଲିକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କୁ ଗିରଫ କରିଛି । ୪ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି । ଏସିପି ସଞ୍ଜୀବ ଶତପଥୀ ଏହି ସୂଚନା ଦେଇଛନ୍ତି ।