ସମ୍ବଲପୁରରେ ସେକ୍ସ ରାକେଟ୍ ଠାବ : ୧୫ ଜଣ ଯୁବତୀ ଉଦ୍ଧାର, ୭ ଗ୍ରାହକ ଅଟକ

ସମ୍ବଲପୁର : ଅଇଁଠାପାଲି ଶକ୍ତି ନଗରରେ ବଡ଼ ଧରଣର ସେକ୍ସ ରାକେଟ୍‌ ଠାବ । ୧୫ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୭ ଜଣ ଗ୍ରାହକଙ୍କୁ ଅଟକ ରଖି ପଚରାଉଚରା କରୁଛି ଅଇଁଠାପାଲି ପୋଲିସ । ଘର ଭିତରୁ ବହୁ ଆପତ୍ତିଜନକ ସାମଗ୍ରୀ ସହ ୩ଟି ବାଇକ୍‌ ଜବତ ହୋଇଛି । ଏହି ଅଞ୍ଚଳରେ ଏକ ଅର୍ଦ୍ଧନିର୍ମିତ ଘର ଭିତରେ ଦୀର୍ଘ ଦିନରୁ ସେକ୍ସ ରାକେଟ୍‌ ଚାଲିଥିବା ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଏହି ସୂଚନା ଆଧାରରେ ପୋଲିସ ଅଚାନକ ଚଢଉ କରି ସେକ୍ସ ରାକେଟ୍‌ ଠାବ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.