ରାଜ୍ୟ

ପାର୍ବଣ ଋତୁରେ ରାଇରଙ୍ଗପୁର ସହରରେ ସକ୍ରିୟ ହେଇଛି ସେକ୍ସ ରାକେଟ ! ଚଢାଉ ବେଳେ ଉଦ୍ଧାର ହେଲେ ୨ ମହିଳା, ୩ ଯୁବକ ଗିରଫ

ରାଇରଙ୍ଗପୁର(କେନ୍ୟୁଜ୍) : ରାଜଧାନୀଠୁ ଆରମ୍ଭ କରି ପ୍ରାୟ ସବୁ ସହରରେ ଏବେ ସେକ୍ସ ରାକେଟ ଚାଲିଥିବା ନେଇ ଅଭିଯୋଗ ହେଉଛି । ରାଇରଙ୍ଗପୁର ସହରରେ ମଧ୍ୟ ସକ୍ରିୟ ହେଉଛି ସେକ୍ସ ରାକେଟ ! ସହରର ବିଭିନ୍ନ ହୋଟେଲ ଲଜ୍ ଗୁଡିକରେ ସେକ୍ସ କାରବାର ଚାଲି ଆସୁଥିବା ବେଳେ ପାର୍ବଣ ଋତୁରେ ପୋଲିସକୁ ଚକମା ଦେବା ନେଇ ଦେହ ବ୍ୟବସାୟୀ ମାନେ ସାହି ଭିତରେ ଘର ଭଡା ନେଇ କାରବାର ଆରମ୍ଭ କରିଥିଲେ । ତେବେ ସାହି ପଡିଶାଙ୍କ ମାଧ୍ୟମରେ ପୋଲିସ ଖବର ପାଇ ଗତ ରବିବାର ରାତିରେ ରାଇରଙ୍ଗପୁର ଟାଉନ ଥାନା ପୋଲିସର ଏକ ଟିମ ଅରବିନ୍ଦ ଲେନରେ ଚଢ଼ାଉ କରିଥିଲା।

ଚଢ଼ାଉରେ ଅରବିନ୍ଦ ଲେନର ଏକ ଭଡା ଘରୁ ସେକ୍ସ ରାକେଟ ଚାଲିଥିବା ଘଟଣା ସାମନାକୁ ଆସିଥିଲା। ଚଢ଼ାଉ ବେଳେ ସେକ୍ସ ରାକେଟରେ ସମ୍ପୃକ୍ତ ଦୁଇ ଜଣ ମହିଳାଙ୍କୁ ପୋଲିସ ଉଦ୍ଧାର କରିବା ସହ ୩ ଜଣ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ପାର୍ବଣ ଋତୁରେ ହୋଟେଲ, ଲଜ ଗୁଡିକ ଉପରେ ପୋଲିସର କଡା ନଜର ରହିଥିବା ବେଳେ ଦେହ ବ୍ୟବସାୟୀମାନେ ପୋଲିସକୁ ଚକମା ଦେବା ନେଇ ଏଭଳି ଭଡା ଘରେ ସେକ୍ସ ରାକେଟ ଆରମ୍ଭ କରିଛନ୍ତି ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago