ରାଜ୍ୟ

ପୁଣି ଠାବ ହେଲା ସେକ୍ସ ରାକେଟ୍, ଚଢ଼ାଉ ବେଳେ ଘର ମାଲିକଙ୍କ ସହ ୩ ଅଟକ

ବ୍ରହ୍ମପୁର (କେନ୍ୟୁଜ): ବ୍ରହ୍ମପୁରରେ ପୁଣି ଠାବ ହେଲା ସେକ୍ସ ରାକେଟ୍ । ନିମଖଣ୍ଡି ପୋଲିସର ଚଢାଉ ବେଳେ ଏହି ସେକ୍ସ ରାକେଟ୍ ଠାବ ହୋଇଛି । ଘର ମାଲିକଙ୍କ ସହ ତିନି ଜଣ ଦଲାଲ ଅଟକ ଅଛନ୍ତି । ସେମାନଙ୍କ ସହିତ ୩ ଯୁବତୀ ମଧ୍ୟ ଅଟକ ରହିଥିବା ଜଣାପଡିଛି ।

ସୂଚନା ଅନୁସାରେ ବ୍ରହ୍ମପୁର ଶକ୍ତି ନଗର ପ୍ରଥମ ଲାଇନରେ ସେକ୍ସ ରାକେଟ୍ ଠାବ ହୋଇଛି । ଖବର ପାଇ ନିମଖଣ୍ଡି ପୋଲିସର ଚଢାଉ କରିଥିଲା। ଏହି ଘଟଣାରେ ତିନି ଜଣ ଦଲାଲଙ୍କ ସହିତ ତିନି ଯୁବତୀ ଅଟକ ରହିଛନ୍ତି । ଅଟକ ଯୁବତୀଙ୍କ ମଧ୍ୟରୁ ଜଣେ ଆନ୍ଧ୍ର ପ୍ରଦେଶ ଏବଂ ଦୁଇ ଜଣ ଯୁବତୀ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଅଟକ ୩ ଦଲାଲ ବ୍ରହ୍ମପୁରର ବୋଲି ଜଣାପଡିଛି । ପୋଲିସ ଏ ନେଇ ଅଧିକ ଛାନଭିନ୍ ଜାରି ରଖିଛି ।

Barsha

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

34 mins ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

2 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

4 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

4 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

4 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

5 hours ago