ପୁଣି ଯୌନ କେଳେଙ୍କାରୀ ଅଭିଯୋଗରେ ଫସିଲେ ସୁର ବାବା

ପୁଣି ଅଡୁଆରେ ସୁର ବାବା । ତ୍ରାହି ଅଚ୍ୟୁତ ଆଶ୍ରମର ମୁଖ୍ୟ ସୁରବାବାଙ୍କ ନାଁରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ବାଲିପାଟଣା ଥାନାର ଜଣେ ମହିଳା । ଅଭିଯୋଗ ଅନୁଯାୟୀ ଗଞ୍ଜାମ ବେଲଗୁଣ୍ଠା ଅଞ୍ଚଳର ଜଣେ ମହିଳାଙ୍କ ସହ ବାଲିପାଟଣା ତ୍ରାହି ଅଚ୍ୟୁତ ନଗରର ବାସିନ୍ଦା ଦୀପ ସୁନ୍ଦର ସ୍ୱାଇଁଙ୍କ ସହ ବିବାହ ପ୍ରସ୍ତାବ ପଡିଥିଲା। ଦୀପସୁନ୍ଦର ଓ ତାଙ୍କ ମାଆ ସମ୍ପୃକ୍ତ ମହିଳାଙ୍କୁ ନେଇ ତ୍ରାହି ଅଚ୍ୟୁତ ନଗରର ଏକ ଭଡା ଘରେ ରହୁଥିଲେ । ଗତ ୨୪ ତାରିଖରେ ଦୀପସୁନ୍ଦରଙ୍କ ମାଆ ସେହି ମହିଳାଙ୍କୁ ତ୍ରାହି ଅଚ୍ୟୁତ ଆଶ୍ରମକୁ ନେଇଯାଇଥିଲେ । ସେଠାରେ ସୁରବାବା ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ମହିଳା ଅଭିଯୋଗ କରିଛନ୍ତି ।

You might also like