ଭାରତୀୟ ସେନାବାହିନୀଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଅପରେସନ ସିନ୍ଦୂର ନାଁରେ ଶାଢ଼ି

ସୁବର୍ଣ୍ଣପୁର: ଆପଣ ଦେଖୁଥିବା ଏ ଶାଢ଼ୀ ଏମିତି ସେମିତି ଶାଢ଼ୀ ନୁହେଁ । ଅପରେସନ ସିନ୍ଦୂର ଯୁଦ୍ଧର ସମସ୍ତ ଜିନିଷକୁ ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି । ଭାରତୀୟ ସେନାବାହିନୀଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏହି ଶାଢ଼ୀ ତିଆରି ହୋଇଛି ।

ତେବେ ପେହେଲଗାଓରେ ପାକିସ୍ଥାନୀ ଆତଙ୍କବାଦୀ ଆକ୍ରମଣରେ ନିହତ ଭାରତୀୟ ନାଗରିକମାନଙ୍କ ବଦଲା ନେବା ପାଇଁ ଭାରତୀୟ ସେନାବାହିନୀର ବିରତ୍ଵ ସାରା ବିଶ୍ବ ଦେଖିଲା । ଭାରତୀୟ ବାୟୁସେନା ପାକିସ୍ତାନର ସୀମା ଭିତରକୁ ପଶି ଗୋଟି ଗୋଟି କରି ସବୁ ଆତଙ୍କବାଦୀ ଠିକଣା ଗୁଡ଼ିକ କରିଥିଲେ ଧ୍ଵଂସ ।

ରାଫେଲ ଫାଇଟର ଯୁଦ୍ଧ ଜାହାଜ ଓ ଭାରତ ତିଆରି ବ୍ରମହୋସ ମିଶାଇଲ ପାକିସ୍ତାନ ସୀମା ଭିତରେ କରିଥିଲେ ଦମନ ଲୀଳା । ପାକିସ୍ତାନ ପଟରୁ ହୋଇଥିବା ତୁର୍କୀ ଡ୍ରୋନ ଆକ୍ରମଣ କୁ ପ୍ରତିହତ କରିଥିଲା ଆମର ଏସ 400 ସୁରକ୍ଷା ବ୍ୟବସ୍ଥା । ଅପରେସନ ସିନ୍ଦୂର ପାଇଁ ସମସ୍ତ ଭାରତ ବାସୀ ଆଜି ଗର୍ବିତ ।

ସୁବର୍ଣ୍ଣପୁର ଜିଲ୍ଲାର ଚଢ଼େଇପଙ୍କର ଗୌତମ ମେହେର ଓ ବୌଦ୍ଧ ଜିଲ୍ଲା ବାଉସୁଣିର ମହେଶ୍ୱର ମେହେର ଭାରତୀୟ ସେନବାହିନୀଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଅପରେସନ ସିନ୍ଦୂର ନାମରେ ଗୋଟିଏ ଶାଢ଼ି ତିଆରି କରିଛନ୍ତି । ଗୌତମ ଜଣେ ବାନ୍ଧ ଶିଳ୍ପୀ ସହ ଜଣେ ଶାଢ଼ି ବ୍ୟବସାୟୀ ଓ ମହେଶ୍ୱର ସମ୍ବଲପୁରୀ ଶାଢ଼ି ଡିଜାଇନ୍ କରନ୍ତି । ମହେଶ୍ୱର ଅପରେସନ ସିନ୍ଦୂରର ଡିଜାଇନ୍ ପ୍ରସ୍ତୁତ କରିଥିବା ବେଳେ ଗୌତମ ଏହାକୁ ଆକାର ଦେଇଛନ୍ତି । ଅପରେସନ ସିନ୍ଦୂରରେ ମହିଳାଙ୍କ ମୁହଁ ସହ ରାଫେଲ ଯୁଦ୍ଧ ବିମାନ ବ୍ରମ୍ହୋସ ମିସାଇଲ, ଏସ 400, ଟ୍ୟାଙ୍କ , ଡ୍ରୋନ୍ ଏବଂ ଯୁଦ୍ଧର ସମସ୍ତ ଜିନିଷକୁ ଶାଢ଼ିରେ ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି ।ଏହି ଶାଢ଼ୀକୁ ସେ ଭାରତୀୟ ସେନବାହିନୀକୁ ସମର୍ପିତ କରିଛନ୍ତି ।

Also Read:ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ