ସେୟାର ମାର୍କେଟିଂ ଟ୍ରେଡିଂ ନାଁରେ କୋଟି କୋଟି ଠକେଇ ମାମଲା, ଆସାମରୁ ମାଷ୍ଟରମାଇଣ୍ଡ ଗିରଫ

ମାଲକାନଗିରି : ଓଡ଼ିଶାରେ ଠକେଇ ଆସାମରୁ ଗିରଫ । ଆସାମ ତେଜପୁରରୁ ଆନ୍ତରାଜ୍ୟ ଟ୍ରେଡିଂ ଲୁଟେରାକୁ ଗିରଫ କଲା ପୋଲିସ । ସେୟାର ମାର୍କେଟିଂ ଟ୍ରେଡିଂ ନାଁରେ କୋଟି କୋଟି ଠକେଇ ମାମଲାରେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି । ବଲାଙ୍ଗିରର ଠକ ଦେବଜିତ ତ୍ରିପାଠୀକୁ ବାନ୍ଧିଛି ମାଲକାନଗିରି ପୋଲିସ ।  ସେୟାର ମାର୍କେଟରେ ଅଧିକ ଟଙ୍କାର ଲୋଭ ଦେଖାଇ ମାଲକାନଗିରିରେ ୩ କୋଟିରୁ ଅଧିକ ଟଙ୍କା ଲୁଟିଥିଲେ । ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରୁ କୋଟି କୋଟି ଟଙ୍କା ଲୁଟ୍ କରିଛି ଦେବଜିତ। କେ. ଜିତେନ୍ଦ୍ର ପାତ୍ରଙ୍କ ଏତଲା ଅନୁଯାୟୀ ଦେବଜିତକୁ ଗିରଫ କରାଯାଇଛି ।

୨୦୧୭ରେ ଦେବଜିତ ମାଲକାନଗିରିରେ ଆସି ରହି ନିଜ ଠକେଇ ସାମ୍ରାଜ୍ୟର କାୟା ମେଲାଇଥିଲା । ୨୦୧୮ରେ ଦେବଜିତଙ୍କ ସହ ସାକ୍ଷାତ ହୋଇଥିଲା । ୫୦ ହଜାର ଟଙ୍କା ନିବେଶ କଲେ ୩ ମାସରେ ୨୦ ପ୍ରତିଶତ ଟଙ୍କା ପାଇବେ ବୋଲି ଲୋଭ ଦେଖାଇଥିଲେ । ଯିତେନ୍ଦ୍ର ମଧ୍ୟ ଲୋଭରେ ପଡି ୫୦ ହଜାର ଟଙ୍କା ଦେଲେ ।  ଦେବଜିତ ୩ ମାସ ପରେ ୨୦ ପ୍ରତିଶତ ଟଙ୍କା ଦେଇଥିଲେ । ଏଭଳି ୮୦ ଲକ୍ଷ ଟଙ୍କା ଜିତେନ୍ଦ୍ର ଦେବଜିତଙ୍କୁ ଦେଲେ । ହେଲେ ଟଙ୍କା ମାଗିବାରୁ ଦେବଜିତ ଫେରାର ହୋଇଯାଇଥିଲେ ।  ଗତ ୨୦୨୪ ଅଗଷ୍ଟ ୯ ତାରିଖରେ ମାଲକାନଗିରି ଥାନାରେ ଏତଲା ଦାୟର କରିଥିଲେ । ଏତଲାକୁ ଭିତ୍ତି କରି ଦେବଜିତକୁ ଆସାମରୁ ଗିରଫ କରିଛି ମାଲକାନିଗିରି ପୋଲିସ ।

ଆହୁରି ପଢ଼ନ୍ତୁ : ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦ; ୭ ଦିନ ଭିତରେ ଜବାବ ନ ଦେଲେ କଣ ହେବ ରାମକୃଷ୍ଣଙ୍କ ଭାଗ୍ୟ ?