ଜଗତସିଂହପୁର: ଶିଆଳି ରାମତଳା ବେଳାଭୂମିରୁ ବିରଳ ହୁଏଲ ସାର୍କର ମୃତଦେହ ଉଦ୍ଧାର

ଜଗତସିଂହପୁର(କେନ୍ଯୁଜ୍): ବିରଳ ହୁଏଲ ସାର୍କର ମୃତଦେହ ଉଦ୍ଧାର । ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଶିଆଳି ରାମତଳା ବେଳାଭୂମି ନିକଟରୁ ସାର୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ସାର୍କର ଲମ୍ବ ପ୍ରାୟ ୨୦ ଫୁଟ ହେବ ।

ମୃତ ସାର୍କଟି ସମୁଦ୍ର ବାଲିରେ ଅଧା ପୋତି ହୋଇ ରହିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ କୁଜଙ୍ଗ ବନ ବିଭାଗ ପହଞ୍ଚି ସାର୍କର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.