ପୁଣି ନିଆଳିରେ ଅଜଣା ଜନ୍ତୁ ଆକ୍ରମଣ, ୯ ମେଣ୍ଢାଙ୍କ ମୃତ୍ୟୁ

ପୁଣି ଫେରିଲା ଅଜଣା ଜନ୍ତୁଙ୍କ ଆତଙ୍କ। ଚାରି ଦିନ ମଧ୍ୟରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଠାକୁର ପୋଖରୀ ସାହିରେ ଅଜଣା ଜନ୍ତୁ ଆକ୍ରମଣରେ ୨୯ ମେଣ୍ଢାଙ୍କ ମୃତ୍ୟୁ ହେଲାଣି।

ନିଆଳି (କେନ୍ୟୁଜ): ପୁଣି ଫେରିଲା ଅଜଣା ଜନ୍ତୁଙ୍କ ଆତଙ୍କ। ଗତକାଲି ଅଜଣା ଜନ୍ତୁ ଆକ୍ରମଣରେ ଜଣଙ୍କ ଗୁହାଳରୁ ୯ ମେଣ୍ଢା ପ୍ରାଣ ହରାଇଥିବା ବେଳେ ଗୋଟିଏ ମେଣ୍ଢା ଗୁରୁତର ହୋଇଛି। ଚାରି ଦିନ ମଧ୍ୟରେ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଠାକୁର ପୋଖରୀ ସାହିରେ ଅଜଣା ଜନ୍ତୁ ଆକ୍ରମଣରେ ୨୯ ମେଣ୍ଢାଙ୍କ ମୃତ୍ୟୁ ହେଲାଣି।

ଗତକାଲି ବିଳମ୍ବିତ ରାତିରେ ଗାଁର ଗୋକୁଳାନନ୍ଦ ଚୌଧୁରୀଙ୍କ ୯ଟି ମେଣ୍ଢା ଓ ବାବାଜୀ ଚୌଧୁରୀଙ୍କ ୨୦ ମେଣ୍ଢାଙ୍କ ମୃତ୍ୟୁ ଘଟିଛି।

ପ୍ରକାଶ ଯେ ଏହି ଅଜଣା ଜନ୍ତୁ ଆକ୍ରମଣରେ ଗତ ଚାରିବର୍ଷ ତଳେ ହଜାର ହଜାର ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଏହି ମେଣ୍ଢାଙ୍କୁ କେଉଁ ଅଜଣା ଜନ୍ତୁ ଆକ୍ରମଣ କରୁଛି ତାହା ଆଜି ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଖବର ପାଇ ଫୁଲନଖରା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ମେଣ୍ଢାଙ୍କ ବ୍ୟବଚ୍ଛେଦ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.