ଜଳଖିଆ ବିକି ଡାକ୍ତରୀ ପଢିବାର ସ୍ୱପ୍ନ ସଫଳ ହୋଇଛି

କଥାରେ ଅଛି ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ ହୋଇଥାଏ । କରିବା ପାଇଁ କେବଳ ନିଷ୍ଠା ଓ ଏକାଗ୍ରତା ଥିବା ଜରୁରୀ । ଏହି କଥାକୁ ଆଜି ସଫଳ କରି ଦେଖାଇଛନ୍ତି ବିକାଶ । ସେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ରାଣୀପଡାର ବାସିନ୍ଦା । ବିକାଶ ସାହୁଁ ବାପ ଛେଉଣ୍ଡ । ୨୦୧୭ ମସିହାରେ ବିକାଶଙ୍କ ବାପା ଆରପାରିକୁ ଚାଲି ଯାଇଥିଲେ । ଯାହାଫଳରେ ପରିବାରର ମାନଦଣ୍ଡ ଭୁଷୁଡି ପଡିଥିଲା । ଏହାପରେ ପରିବାର ଚଳାଇବା ଓ ନିଜ ଡାକ୍ତରୀ ସ୍ୱପ୍ନକୁ ପୁରଣ କରିବା ପାଇଁ ବିକାଶଙ୍କୁ ବହୁତ କଷ୍ଟ କରିବାକୁ ପଡିଥିଲା । ଆର୍ଥିକ ଅନଟନ ଓ ପ୍ରତିକୂଳ ପରିବେଶରେ ସେ ହାର ମାନି ନଥିଲେ କି ନିଜ ସ୍ୱପ୍ନକୁ ଛାଡି ନଥିଲେ । ଏପରିକି ବିକାଶ ଓ ତାଙ୍କ ଭାଇ ଗାଁ ଗାଁ ବୁଲି ଜଳଖିଆ ବିକ୍ରି କରି ଦିନରେ ସ୍କୁଲ କୁ ଯାଇ ପାଠ ପଢୁଥିଲେ । ଏପରିକି ତାଙ୍କର ପାଠପଢା ଖର୍ଚ୍ଚ ଜଣେ ଶିକ୍ଷକ ବହନ କରୁଥିଲେ । ମାଟ୍ରିକରେ ୮୯ ପ୍ରତିଶତ ମାର୍କ ରଖିଲା ପରେ ଯୁକ୍ତ ଦୁଇ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ବିକାଶ ପାଠ ପଢିଥିଲେ ।

ଆର୍ଥିକ ସମ୍ବଳ ନଥିବା ଯୋଗୁଁ ଏକ ସଂସ୍ଥା ପକ୍ଷରୁ କଲେଜର ପାଠ ପଢା ଖର୍ଟ୍ଟ ବହନ କରିଥିଲେ । ଏହାସହ ବିକାଶଙ୍କୁ ଚିନ୍ମୟ ଦଳେଇ ନାମକ ଜଣେ ବନ୍ଧୁ ଏକ ସଂସ୍ଥାର ସଦସ୍ୟ ବିକାଶଙ୍କ ହଷ୍ଚେଲର ଖାଇବା ବହନ କରିଥିଲେ । ଚିନ୍ମୟ ବର୍ତମାନ ଭାରତୀୟ ସେନା ବାହିନୀର କିରାଣୀ ଭାବେ କାର୍ଯ୍ୟରତ । ବିକାଶ ବହୁତ ଦାରିଦ୍ର ଅଭାବ ଅନଟନ ଭିତରେ ଏପରିକି ଦାଦନର ଭଳି କଷ୍ଟ ତାଙ୍କୁ ଭୋଗିବାକୁ ପଡିଥିଲା । ଚିନ୍ମୟ ଆର୍ଥିକ ଅଭାବରୁ ଯେଉଁ ମେଧାବୀ ପିଲାମାନେ ଅଛନ୍ତି ସେହିଭଳି ପିଲାଙ୍କୁ ନିଜ ଦରମାରୁ ସାହାଯ୍ୟର ହାତ ବଢାଇଥାନ୍ତି । ବିକାଶଙ୍କ ଭଳି ପିଲାମାନଙ୍କୁ ଆଗକୁ ବଢେଇ ପାଠ ପଢେଇ ନିଜ ଦେଖିଥିବା ସ୍ୱପ୍ନକୁ ପୂରଣ କରିବା କ୍ଷେତ୍ରରେ ସେ ସାହାଯ୍ୟ କରନ୍ତି । ତେବେ ବକାଶ ସାହୁ ଚଳିତ ନିଟ ପରୀକ୍ଷାରେ ଉତ୍ତମ ର‍୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ।

ବ୍ରହ୍ମପୁର ଏମକେସିଜି ମେଡିକାଲରେ ପାଠ ପଢିବା ପାଇଁ ମନୋନୀତ ହୋଇଛନ୍ତି । ତେବେ ଆର୍ଥିକ ସାାହାଯ୍ୟ ଯୋଗେଇ ଦେଇଥିବା ଚିନ୍ମୟ ନିଜ କାର୍ଯ୍ୟରୁ ଛୁଟିରେ ଆସିଛନ୍ତି । ବିକାଶଙ୍କୁ ଭେଟି ତାଙ୍କ ସଫଳତା ପାଇଁ ଅନେକ ଶୁଭେଛା ଜଣାଇଛନ୍ତି । ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଥିବାରୁ ବିକାଶ ମଧ୍ୟ ବେଶ ଖୁସି ଅଛନ୍ତି । ବିକାଶଙ୍କ ଭଳି ମେଧାବୀ ପିଲାମାନଙ୍କୁ ସାହାଯ୍ୟ ଓ ସହୋଯୋଗ କରିଥିବାରୁ ସାହାଯ୍ୟ କରିଥିବା ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ସେମାନଙ୍କ ଯୋଗୁଁ ଡାକ୍ତରୀ ପଢିବାର ସ୍ୱପ୍ନ ସଫଳ ହୋଇଛି ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like