ବୋମା ଫୁଟି ଛେଳି ଚରାଳି ଗୁରୁତର, ଜନ୍ତୁ ଶିକାର ପାଇଁ ଜଙ୍ଗଲ ଭିତରେ ଖଞ୍ଜା ଯାଇଥିଲା

ଆନନ୍ଦପୁର : ଜନ୍ତୁ ଶିକାର ପାଇଁ ଜଙ୍ଗଲ ଭିତରେ ଖଞ୍ଜା ଯାଇଥିଲା ବୋମା ।  ସେହି ବୋମା ଫୁଟି ଜଣେ ଛେଳି ଚରାଳି ଗୁରୁତର । ଛେଳି ଚରାଳିଙ୍କ ପାଦ ପଡିଯିବାରୁ ବିସ୍ଫୋରଣ ହୋଇଥିଲା । ଘଟଣା ଘଟିଛି ଆନନ୍ଦପୁର ଥାନା ବାଉଁଶଗଡ ଗାଁ ନିକଟ ଜଙ୍ଗଲରେ । ବୋମା ଫୁଟି ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାଁ ଉଦୟ କୁମାର ନାଇକ ।

ଆଜି ସେ ଗାଁ ନିକଟ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଅଘଟଣ ଘଟିଛି । ଛେଳି ଚରାଉଥିବା ସମୟରେ ହଠାତ୍ ପାଦତଳୁ ପ୍ରଚଣ୍ଡ ବିସ୍ପୋରଣ ହୋଇଥିଲା । ବିସ୍ପୋରଣରେ ତାଙ୍କ ବାମ ପାଦ ସମ୍ପୂର୍ଣ୍ଣ ଭାବେ କ୍ଷତାକ୍ତ ହୋଇଛି । ଅନ୍ଯ ଛେଳି ଚରାଳିମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇ ପାରେ । ତେବେ କିଏ ସେଠାରେ ବୋମା ଖଞ୍ଜିଥିଲା ସେ ସମ୍ପର୍କରେ କିଛି ଜଣାପଡିନାହିଁ ।