ବେଆଇନ ମଦବିକ୍ରି ନେଇ ତାତିଲେ ମହିଳା, ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ

ନୂଆପଡା : ନୂଆପଡା ଜିଲା କୋମନା ଥାନା ଦେଓଦରା ଗ୍ରାମପଂଚାୟତରେ ବେଆଇନ ମଦବିକ୍ରି ନେଇ ତାତିଲେ ମହିଳା । ପ୍ରତିବାଦରେ ଆଜି ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ।
ଉପଜିଲ୍ଲାପାଳ ଓ ଜିଲା ଅବକାରୀ ଅଧିକ୍ଷିକା ଘଟଣାସ୍ଥଳରେ ପହଂଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଦୀର୍ଘଦିନ ହେଳା ଦେଓଦରା ଓ ମାଲପଡା ଗାଁରେ ବେଆଇନ ମଦବିକ୍ରି ଯୋଗୁଁ ଗାଁରେ ଗଣ୍ଡଗୋଳ ଓ ଅଶାନ୍ତି ବୃଦ୍ଧି ପାଇବାରେ ଲାଗିଛି । ଏପରିକି ମାଲପଡା ଗାଁର ପ୍ରାଥମିକ ସ୍କୁଲ ଆଗରେ ବେଆଇନ ମଦକାରବା ଚାଳିଥିବାରୁ ସ୍କୁଲର ଛାତ୍ରଛାତ୍ରିଙ୍କ ଉପରେ କୁପ୍ରଭାବ ପଡିବା ସହ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି ।