୨୫୦ କ୍ୱିଣ୍ଟାଲ ଜିଆ ଖତ ଉତ୍ପାଦନ କଲେ ସ୍ୱୟଂ ସହାୟକ ମହିଳା

ମୟୁରଭଞ୍ଜ : ମଣଦା କ୍ଷେତ୍ର ପରିଚାଳନା ଅନ୍ତର୍ଗତ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ୱାରା ବଡଶିଆଳିନଇ ବନ ସୁରକ୍ଷା ସମିତିର ଏସଏଚଜି ମାଆ ମାନଙ୍କ ଦ୍ୱାରା ୨୪.୫୦ କ୍ୱିଣ୍ଟାଲ ଜିଆ ଖତ ଉତ୍ପାଦନ ହୋଇଛି । ଜୀବନ ଜୀବିକାକୁ ଉନ୍ନତି କରିବା ନିମିତ୍ତ ପ୍ରତ୍ୟେକ ବନ ସୁରକ୍ଷା ସମିତିରେ ୨ ଲକ୍ଷ ଟଙ୍କା ଆବର୍ତ୍ତନ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ରାଇରଙ୍ଗପୁର ବନଖଣ୍ଡରେ ମଣଦା ବନାଞ୍ଚଳରେ ୧୪ଟି ବନସୁରକ୍ଷା ସମିତିରେ ଏସଏଚଜି ମହିଳା ମାନଙ୍କ ଦ୍ୱାରା ୨୫୦ କ୍ୱିଣ୍ଟାଲ ଜିଆ ଖତ ଉତ୍ପାଦନ କରାଯାଇଛି । ସେଥିମଧ୍ୟରୁ ୨୪.୫୦ କ୍ୱିଣ୍ଟାଲ ଜିଆଖତ ବାଦାମ ପାହାଡ ବନାଞ୍ଚଳକୁ ବିକ୍ରି କରାଯାଇଛି । ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶ୍ରୀ ଶିବପ୍ରସାଦ ରଥଙ୍କ ନିର୍ଦ୍ଦେଶରେ ସମସ୍ତ ବନାଞ୍ଚଳରେ ଉକ୍ତ ୨୫୦ କ୍ୱିଣ୍ଟାଲ ଜିଆଖତକୁ କ୍ରୟ କରିବାର ବ୍ୟବସ୍ଥା କରାଯାଇଛି । ତେବେ ଉକ୍ତ କାର୍ଯ୍ୟକ୍ରମରେ ମଣଦା ବନାଞ୍ଚଳ ଅଧିକାରିଣୀ ଧରିତ୍ରୀ ମୁର୍ମୁ ଉପସ୍ଥିତ ହୋଇ ଏସଏଚଜି ମହିଳାମାନଙ୍କୁ ପ୍ରେରଣା ଦେଇଥିଲେ । ରାଇରଙ୍ଗପୁରର ବନଖଣ୍ଡର ଏସଏମଏସ ତ୍ରିଲୋଚନ ରାଏ ଓ ଲୋକନାଥ ସାହୁ ନୀଳ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ ।

khata1ସେହିପରି ମାର୍କେଟିଙ୍ଗ ଏକ୍ଗଜୁକୁଟିଭ୍‌ ରାମଚନ୍ଦ୍ର ଦାସ ଉପସ୍ଥିତ ଥିଲେ । ଜିଆ ଖତ ଚାଷର ଆରମ୍ଭରେ ଯୋଜନା ୨୦୨୩ ଅକ୍ଟୋବର ଠାରୁ ଆରମ୍ଭ ହୋଇ ଆଜି ଉତ୍ପାଦନ ପର୍ଯ୍ୟାୟରେ ପହଞ୍ଚିଛି ଓ ଏହା ଏସଏଚଜି ମାଆ ମାନଙ୍କ ଜୀବନ ଜୀବିକାରେ ସହାୟକ ହୋଇପାରିବ ବୋଲି ମତ ଦେଇଥିଲେ କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ବିଜୟ କେତନ ବିଶ୍ୱାଳ ।

ଉକ୍ତ କାର୍ଯ୍ୟକ୍ରମରେ ସହ ସମ୍ପାଦକ ଯାଜ୍ଞସେନୀ ମହାନ୍ତ ଉପସ୍ଥିତି ରହି ମାଆ ମାନଙ୍କୁ ପ୍ରେରଣା ଦେଇଥିଲେ । ସଂଯୋଜକ ଅଭିଶେକ ପରୀକ୍ଷା ଧନ୍ୟବାଦ ଦେଇଥିଲେ । ମାଆ ଯଶୋଦା ଏସଏଚଜି, ମିଶନ ଶକ୍ତି ଏସଏଚଜି, ଗାୟତ୍ରୀ ଏସଏଚଜି ମିଶି ୨୪.୫୦ କ୍ୱିଣ୍ଟାଲ ଜିଆ ଖତ ବିକ୍ରି କରିଥିଲେ । ମାଆ ଯଶୋଦା ଏସଏଚଜିର ରାଇମତ୍‌ ମୁର୍ମୁ, ସୁକାନ୍ତି ମାଝୀ, ବଡଶିଆଳୀ ନଇ ଭିଏସଏସର ସଭାପତି ଶ୍ରୀ କରୁଣାକର ମାଝୀ, ବନସହାୟ କର୍ମୀ ନମିତା ସୋରେନ୍‌, କୋଷାଧ୍ୟକ୍ଷ ବୀଣାପାଣି ମହାନ୍ତ ଉପସ୍ଥିତ ରହି ମଧ୍ୟ ଏସଏଚଜି ମାଆ ମାନଙ୍କୁ ପ୍ରେରଣା ଦେଇଥିଲେ । ଓଡିଶା ବନାଞ୍ଚଳ ଉନ୍ନୟନର କାର୍ଯ୍ୟକର୍ତ୍ତା ଆକାଉଟାଣ୍ଟ ଶ୍ରୀ ରାଜା କୁମାର ସାହୁ,ଶ୍ରୀ ମୋହନ ହେମ୍ବ୍ରମ୍‌ ସହଯୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like