ଲିଙ୍ଗରାଜ ବେଢ଼ାରେ ଶିଳ୍ପାଙ୍କ ଫୋଟ ବିବାଦ : ସଂପୃକ୍ତ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ମନ୍ଦିର ପ୍ରଶାସନ

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ବେଢ଼ାରେ ଅଭିନେତ୍ରୀଙ୍କ ସହ ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କ ଫଟୋ ପ୍ରସଙ୍ଗ । ସଂପୃକ୍ତ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ । ୭ ଦିନ ମଧ୍ୟରେ ସଂପୃକ୍ତ ସେବାୟତ କାରଣ ଦର୍ଶାଅର ଉତ୍ତର ରଖିବା ବାଧ୍ୟତାମୂଳକ । କେଉଁ ପରିସ୍ଥିତିରେ, କିଭଳି ନିୟମ ବିରୁଦ୍ଧରେ ଯାଇ ସଂପୃକ୍ତ ସେବାୟତ ଅଭିନେତ୍ରୀଙ୍କ ସହ ଫଟୋ ଉଠାଇଲେ ତାର ତଦନ୍ତ ହେବ। ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଛି । ସେଥିପାଇଁ ଆମେ ଖୁବଶୀଘ୍ର ଏହାକୁ ଅଧିକ ଗୁରୁତର ସହ ଗ୍ରହଣକରୀ ନିୟମକୁ ଅଧିକ କଡାକଡି କରିବୁ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି ।
ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଗତକାଲି ଏକ ଅଳଙ୍କାର ସୋରୁମ୍ ଉଦଘାଟନ କରିବାକୁ ଆସିଥିଲେ। ପରେ ଲିଙ୍ଗରାଜ ମନ୍ଦିର ବୁଲିବାକୁ ଯାଇ ସେଠାରେ ମନ୍ଦିର ଭିତରେ ଫଟୋ ଉଠାଇଥିଲେ। ମନ୍ଦିର ବେଢାରେ ବୁଲୁଥିବା ବେଳେ କିଛି ସେବାୟତ ତାଙ୍କ ସହ ଫଟୋ ଉଠାଇବା ସହ ଭିଡିଓ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିସହ ମନ୍ଦିରର ଇତିହାସ ବିଷୟରେ ଶୁଣୁଥିବା ଏକ ଭିଡିଓକୁ ସେ ନିଜ ସୋସିଆଲ ମିଡିଆ ପେଜରେ ଅପଲୋଡ କରିଛନ୍ତି। ମନ୍ଦିର ଭିତରେ କିପରି ଫଟୋ ଉଠାଇବାକୁ ଅନୁମତି ମିଳିଲା ସେନେଇ ଦେଖାଦେଇଛି ବିବାଦ। .