ଓଃ ବର୍ଷା ବଞ୍ଚେଇଦେଲା, ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଆଶ୍ୱସ୍ତି ଅନୁଭବ କଲେ ବନକର୍ମଚାରୀ, ଭିଡିଓ କଲେ ସେୟାର

ବର୍ଷା ଦେଖି ଖୁସିରେ ବିଭୋର ହେଲେ ବନ କର୍ମଚାରୀ । ବର୍ଷାରେ ଭିଜି ଭିଜି ନାଚିଲେ, ଧନ୍ୟବାଦବି କହିଲେ । ଶିମିଳିପାଳ ଜଙ୍ଗଲର ଏ ଦୃଶ୍ୟ ଏବେ ଭାଇରାଲ ହେବାର ଲାଗିଛି ।

କରଞ୍ଜିଆ (କେନ୍ୟୁଜ): ବର୍ଷା ଦେଖି ଖୁସିରେ ବିଭୋର ହେଲେ ବନ କର୍ମଚାରୀ । ବର୍ଷାରେ ଭିଜି ଭିଜି ନାଚିଲେ, ଧନ୍ୟବାଦବି କହିଲେ । ଶିମିଳିପାଳ ଜଙ୍ଗଲର ଏ ଦୃଶ୍ୟ ଏବେ ଭାଇରାଲ ହେବାର ଲାଗିଛି । ଗତ କିଛି ଦିନ ହେବ ଶିମିଳିପାଳ ଜଙ୍ଗଲର ବନାଗ୍ନି, ବନ କର୍ମଚାରୀଙ୍କୁ ନାକେଦମ କରିଛି । ନିଆଁକୁ ଆୟତ୍ତ କରିବା ପାଇଁ ରାଜ ପରିବାର ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ବନବିଭାଗ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଆଉ ଏହାରି ଭିତରେ ବର୍ଷାର ଆଗମନ ନିଆଁ ଲିଭାଇବାରେ ବେଶ ସହାୟକ ହୋଇଛି । ଆଉ ବର୍ଷା ହେବାପରେ ଯେଉଁମାନେ ସଂରକ୍ଷିତ ଜଙ୍ଗଲକୁ ନିଆଁରୁ ରକ୍ଷା କରିବାକୁ ଦିନରାତି ଏକ କରିଥିଲେ ସେମାନଙ୍କ ଖୁସି ଏବେ କହିଲେ ନ ସରେ ।

 

ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ଛୁଟି ମିଳୁ ନଥିଲା, ଏବେ ଠାକୁରଙ୍କ ଦୟାରୁ କିଛି ମାତ୍ରାରେ ବର୍ଷା ଟିକେ ହେଲା । ଏବେ ଆଶା କରୁଛି କି ଦୁଇ ଦିନ ଛୁଟି ମିଳିଲେ ପରିବାର ସହିତ ଦେଖା କରିଆସିଥାନ୍ତେ । ବର୍ଷା ପରେ ଯେତେବେଳେ ନିଆଁ ଲିଭିଥିଲା ସେତେବେଳେ ଖୁସିରେ ଡେଇଁବା ଆରମ୍ଭ କରି ଦେଇଥିଲେ । ବର୍ଷାରେ ଭିଜିଭିଜି ଡେଇଁଥିଲେ । ସେ ସମୟରେ ଚିତ୍ର ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ସୂଚନା ଅନୁସାରେ, ଆଜି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟର ଧରଣର ବର୍ଷା ସମ୍ଭାବନା ରହିଛି । ଏଥିସହ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ, ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ବି ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ । ସେସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.