ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ

ଶିମିଳିପାଳ: ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର । ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରଥମ ଥର ପାଇଁ ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ। ଖୋଲା ଜିମ୍ନି ଗାଡିରେ ବସି କୋର ଅଞ୍ଚଳ ବୁଲିବା ସହ ବନ୍ୟଜନ୍ତୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ବର୍ଷା ଋତୁ ପାଇଁ ଗତ ଜୁନ ୩୦ ତାରିଖରୁ ବନ୍ଦ ଥିଲା ଶିମିଳିପାଳ ଅଭୟାରଣ୍ୟ ।  ପ୍ରତି ବର୍ଷ ନଭେମ୍ୱର ୧ ତାରିଖରେ ଖୋଲୁଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୧୦ ତାରିଖରେ ଖୋଲାଯାଇଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ଦୁର୍ଗା ପୂଜା ପୂର୍ବରୁ ଖୋଲାଯାଇଛି ଶିମିଳିପାଳ ।

ପ୍ରବେଶ ନିମନ୍ତେ ଅନୁମତି ପତ୍ର କେବଳ ବାରିପଦା ପିଠାବଟା ଓ ଯଶୀପୁର କାଣିଆଣି ବୁକିଂ କାଉଣ୍ଟାରୁ ସକାଳ ୬ରୁ ସକାଳ ୯ ପର୍ଯ୍ୟନ୍ତ ମିଳିପାରିବ ।  ପର୍ଯ୍ୟଟକ କେବଳ ପିଠାବଟା ଓ ଯଶିପୁରର କାଳିଆଣି ଦେଇ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ। ଦୈନିକ ସର୍ବାଧିକ ୨୫ଟି ଗାଡ଼ି ପିଠାବଟା ତନଖି ଫାଟକ ଦେଇ ପ୍ରବେଶ କରିପାରିବାକୁ ଥିବା ବେଳେ ଯଶିପୁରର କାଳିଆଣି ତନଖି ଫାଟକ ମଧ୍ୟଦେଇ ୩୫ଟି ଗାଡି ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ ।  ଏଥି ସହିତ ୩୫ଟି ସାଫାରୀ ଗାଡି ମଧ୍ୟ ପର୍ଯ୍ୟଟକ ମାନଙ୍କ ପାଇଁ ସବୁ ପ୍ରବେଶ ପଥରେ ରହିବ । ପର୍ଯ୍ୟଟକଙ୍କ ପାଇଁ କୁମାରୀ, ରାମତୀର୍ଥ, ଗୁଡୁଗୁଡିଆ ଓ ଜାମୁଆଣୀରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀଯାପନର ବ୍ୟବସ୍ଥା ରହିଛି ।

You might also like