ପର୍ଯ୍ୟଟକ ପାଇଁ ଆଜିଠାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ : ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର । କିଛି ମାସ ବ୍ୟବଧାନ ପରେ ପର୍ଯ୍ୟଟକମାନଙ୍କ ପାଇଁ ଆଜି ଠାରୁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟ ମଜା ଉଠେଇପାରିବେ ପର୍ଯ୍ୟଟକ । ପ୍ରତ୍ୟେକ ବର୍ଷ ନଭେମ୍ବର ୧ ତାରିଖରୁ ଶିମିଳିପାଳ ଖୋଲିଥାଏ, କିନ୍ତୁ ଚଳିତବର୍ଷ ଅକ୍ଟୋବର ୧୦ ତାରିଖରେ ଶିମିଳିପାଳ ଅଭୟାରଣ୍ୟ ଖୋଲିଛି ।
ଶିମିଳିପାଳ ଭିତରେ ଗୁଡ଼ିଗୁଡ଼ିଆ, କୁମାରୀ, ଜାମୁଆଣି, ଓ ବରେଇପାଣିରେ ରାତ୍ରୀରେ ରହିବାର ବ୍ୟବସ୍ଥା କରାଯାଇଛି । ଦିନ ପର୍ଯ୍ୟଟକମାନକୁ ଆଖି ଆଗରେ ରଖି ବରେଇପାଣି ଠାରେ ମଧ୍ୟାହ୍ନ ଭୋଜନ କରିବାର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ମାରୁତି ଜିମନି ଗାଡିରେ ବୁଲିପାରିବେ ପର୍ଯ୍ୟଟକ ।
ପର୍ଯ୍ୟଟକମାନକୁ ପୂର୍ବରୁ କେବଳ କୋର ଅଞ୍ଚଳ ଚହଲାକୁ ଯିବାକୁ ଅନୁମତି ମିଳୁଥିଲା । ଏବେ ଚହଲା ସହିତ କବାଟଘାଇ ,ନୂଆଗାଁ, ପଣ୍ଡାବନ୍ଧା ଅଞ୍ଚଳକୁ ଯିବାକୁ ଅନୁମତି ମିଳିପାରିବ । ରାତି ରହଣି ପର୍ଯ୍ୟଟକ ପାଇଁ ସାଢେ ୩ ହଜାର ଟଙ୍କାରୁ ଆରମ୍ଭ କରି ୬ ହଜାର ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି ।