ପାରାଦୀପ ବନ୍ଦରରେ ୧୫ ଲକ୍ଷ ପାଇଁ ୫୦ କୋଟିର ଜାହାଜ ଅଟକ, ନିର୍ଦ୍ଦେଶ ଦେଲେ ହାଇକୋର୍ଟ
![ship 2](https://knewsodisha.com/wp-content/uploads/2024/12/ship-2-1.jpg)
ପାରାଦୀପ : ୧୫ ଲକ୍ଷ ପାଇଁ ୫୦ କୋଟିର ଜାହାଜ ପାରାଦୀପ ବନ୍ଦରରେ ଅଟକ । ଜାହାଜ ଏମ୍ ଭି ପର୍ପଲ ଫର୍ଚ୍ୟୁନକୁ ଅଟକ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏମ୍ଏଚ ବ୍ଲାଣ୍ଡ ଏସ ଏଲ ନାମକ ରପ୍ତାନୀକାରୀ ସଂସ୍ଥା ପକ୍ଷରୁ ବକେୟା ଟଙ୍କା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ସଂସ୍ଥା ଜାହାଜକୁ ବିଭିନ୍ନ ସାମଗ୍ରୀ ଯୋଗାଇ ଥିଲା । ମାତ୍ର ଜାହାଜ ମାଲିକ ଟଙ୍କା ନ ଦେଇ ଆଜି ପାରାଦୀପ ବନ୍ଦର ଛାଡ଼ିବାର ଥିଲା । ଜାହାଜ ସିଓ୍ବେଜ ସିପିଂ ଷ୍ଟିଭେଡୋର ଏଜେନସି ମାଧ୍ୟମରେ ପାରାଦୀପ ବନ୍ଦରକୁ ଲାଇମଷ୍ଟୋନ ଆଣି ଆସିଥିଲା ।
ବନ୍ଦର ର CQ-2 ବର୍ଥ ରେ ପଣ୍ୟ କାଢ଼ିବା ପରେ ଆଜି ସକାଳେ ପାରାଦୀପ ବନ୍ଦର ଛାଡ଼ିବା ର ଥିଲା । ଯୋଗାଣ ସାମଗ୍ରୀ, ସୁଧ ଓ ମାମଲା ପରିଚାଳନା ଖର୍ଚ୍ଚ ୧୫ ଲକ୍ଷ ଟଙ୍କା ନଦେଇ ଜାହାଜ ପାରାଦ୍ଵୀପ ଛାଡ଼ିବା ପାଇଁ ଯୋଜନା କରୁଥିବା ସଂସ୍ଥା ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା । ବିଚାରପତି ଜଷ୍ଟିସ ଏମ୍ ଏମ୍ ରମଣ ମାମଲାର ଶୁଣାଣି କରି ଜାହାଜକୁ ଅଟକ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।