ଅଲୌକିକ : ଚାଷ ବେଳେ କୋଦାଳ ମୁନରେ ବାଜି ବିଲରୁ ବାହାରିଲା ଶିବ ଲିଙ୍ଗ

ମାହାଙ୍ଗା (କେ ନ୍ୟୁଜ୍‌) : ଚାଷ କାମ ବେଳେ ବିଲରୁ ଉଦ୍ଧାର ହେଲା ଶିବ ଲିଙ୍ଗ । କଟକ ଜିଲ୍ଲା ସାଲେପୁର ବ୍ଲକ ମହଣ ଠାରେ ଆଜି ସକାଳେ ମହଣ ଗ୍ରାମର ଜଣ ସଲିମ ମହମ୍ମଦଙ୍କ ବିଲରେ ପ୍ରଭାକର ସାମଲ ନାମକ ଜଣ ଚାଷୀ କାମ କରୁଥିଲେ । ସେ କୋଦାଳ ଯୋଗେ ପାଣି ମାହାରl କରୁଥିଲେ । ଏହି ସମୟରେ ବିଲର ଏକ କୋଣ ମୁଣ୍ଡରେ କୋଦାଳଟି ପଥର ଦେହରେ ବାଜିଥିଲା l ସେହି ସ୍ଥାନରେ ପ୍ରାୟ ୩ ଫୁଟ ଖୋଳିବା ପରେ ସେଠାରୁ ଦୁଇ ଫୁଟର ଶକ୍ତି ସହ ଏକ ଶିବ ଲିଙ୍ଗ ବାହାରିଥିଲା l

shivaସଂଗେ ସଂଗେ ଖବର ଚାରିଆଡ଼େ ପ୍ରଚାର ହୋଇଯିବାରୁ ଘଟଣା ସ୍ଥଳରେ ଗ୍ରାମବାସୀଙ୍କ ଭିଡ଼ ଜମା ହୋଇ ଯାଇଥିଲା l ଶିବଲିଙ୍ଗକୁ ସ୍ନାନ କରାଇ ସେଠାରେ ପୂଜାର୍ଚ୍ଚନା କରାଯାଇଛି । ଆଜି ଗ୍ରାମ ଦେବତୀ ମା ମହଣେଇଙ୍କ ପୀଠରେ ଯଜ୍ଞ ହେଉଥିବାରୁ ଆସନ୍ତାକାଲି ସେହି ସ୍ଥାନରେ ଉଦ୍ଧାର ହୋଇଥିବା ଶିବ ଲିଙ୍ଗକୁ ବିରାଟ ଶୋଭାଯାତ୍ରାରେ ନେଇ ସେଠାରେ ରଖିବା ଲାଗିି ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି । ପରେ ମନ୍ଦିର କରାଯାଇ ଶିବ ଲିଙ୍ଗକୁ ସେଠାରେ ସ୍ଥାପନା କରି ପୂଜା କରାଯିବ ବୋଲି ଗ୍ରାମବାସୀ କହିଛନ୍ତି l ପବିତ୍ରଚୈତ୍ର ମାସରେ ଶିବ ଲିଙ୍ଗର ଆବିର୍ଭାବ ଏକ ଅଲୌକିକ ଘଟଣା ଏବଂ ଗ୍ରାମ ପାଇଁ ମଙ୍ଗଳକାରୀ ବୋଲି ଚର୍ଚ୍ଚା ଚାଲିଛି ।