ରାଜ୍ୟ

ଗୁଜବ କି ସତ ଜଣା ନାହିଁ ହେଲେ ବୃଷଭ କ୍ଷୀର ପିଉଛନ୍ତି ଓ ଲୋକେ ପିଆଉଛନ୍ତି

ପାଟଣାଗଡ଼ (କେନ୍ୟୁଜ୍‌) : ଏମିତି ମଝିରେ ମଝିରେ ଶୁଣିବାକୁ ଆଉ ଦେଖିବାକୁ ମିଳେ । କେବେ ଗଣେଶ ଭଗବାନ କ୍ଷୀର ପିଇଲେଣି ତ ଆଉ କେବେ ଶିବଶଙ୍କରଙ୍କ ବାହନ ବୃଷଭଙ୍କ ମୁହଁରେ କ୍ଷୀର ଲଗାଇଲେ ସେ ପିଇ ଯାଉଛ୍ନତି ବୋଲି ଚର୍ଚ୍ଚା ହୁଏ । ତା ପରେ ଗୋଟିଏ ଜାଗା ନୁହଁ, ସମସ୍ତେ ଚେଷ୍ଟା କରନ୍ତି ଠାକୁରଙ୍କୁ କ୍ଷୀର ପିଆଇବା ପାଇଁ । ଏବେ ଏମିତି ଏକ ଘଟଣା ଘଟିଥିବା ଚର୍ଚ୍ଚା ଚାଲିଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ଖୁଣ୍ଟସମଲାଇ କପିଳେଶ୍ୱର ବାବା ମନ୍ଦିରରେ ଘଟିଛି ଏହି ଘଟଣା । ଏହି ଶିବ ମନ୍ଦିରରେ ବୃଷଭ କ୍ଷୀର ପିଉଥିବା ନେଇ ପ୍ରଚାର ଚାଲିଛି । ଯାହାଫଳରେ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଯାହା ସୂଚନା ମିଳିଛି, ଏହି ଶିବ ମନ୍ଦିରର ପୂଜକଙ୍କୁ କୌଣସି ଏକ ଜାଗାରୁ ଖବର ମିଳିଲା ଯେ ବୃଷଭ କ୍ଷୀର ପିଉଛନ୍ତି ବୋଲି । ତେଣୁ ସେ ମନ୍ଦିରରରେ ଥିବା ବୃଷଭଙ୍କୁ କ୍ଷୀର ପିଆଇଲେ । ତାଙ୍କର କହିବା କଥା ସତରେ ବୃଷଭ କ୍ଷୀର ପିଇଗଲେ । ଆଉ ତା ପରେ କଥା ନିଆଁ ଭଳି ଆଖପାଖ ଅଞ୍ଚଳକୁ ବ୍ୟାପିଗଲା । ବାସ୍‌ ତାପରେ ଆଉ ଲୋକଙ୍କୁ ରୋକିବ ବା କିଏ । ଚାଲିଲା ବୃଷଭଙ୍କୁ କ୍ଷୀର ପିଆଇବା ପ୍ରତିଯୋଗିତା ।

ରାତି ପ୍ରାୟ ୭ଟା ବେଳେ ଏହି ଘଟଣା ଘଟିବା ପରେ ଏବେ ମଧ୍ୟ କପିଳେଶ୍ୱର ବାବା ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଛି ।

 

KNews Bureau

Recent Posts

ପରାଜୟ ପରେ ପ୍ରଥମ ଥର ମୁହଁ ଖୋଲିଲେ ନବୀନ, କହିଲେ ପାଣ୍ଡିଆନ୍‌ଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବିଜେଡିର ପରାଜୟ ପରେ ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଦଳର ସୁପ୍ରିମୋ…

1 second ago

ପରାଜୟକୁ ଆମେ ସାଦରରେ ଗ୍ରହଣ କରୁଛୁ, ସାଢ଼େ ୪ କୋଟି ରାଜ୍ୟବାସୀ ମୋ ପରିବାର: ନବୀନ

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନରେ ପରାଜୟ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ ।  କହିଲେ ନିର୍ବାଚନରେ…

20 mins ago

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ୭ଟି ଦେଶର ବିଶିଷ୍ଟ ବ୍ୟକ୍ତି ହେବେ ସାମିଲ, ତ୍ରିସ୍ତରୀୟ ସୁରକ୍ଷାରେ ରାଷ୍ଟ୍ରପତି ଭବନ

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଆସନ୍ତାକାଲି ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ…

57 mins ago

OnePlusର ସ୍ମାର୍ଟଫୋନରେ ମିଳୁଛି ଭାରି ଡିସକାଉଣ୍ଟ, ହାତ ଛଡ଼ା କରନ୍ତୁ ନାହିଁ ସୁଯୋଗ

ଯଦି ଆପଣ OnePlus ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର ।…

1 hour ago

ଶ୍ରୀମନ୍ଦିର ଚାରିପଟେ ଆଲୋକୀକରଣ ବନ୍ଦ ହେବା ଘଟଣା, ଲାଇଟ ଖୋଲୁଥିବା ବେଳେ ୪ ଅଟକ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଆଲୋକ ଖୁଣ୍ଟି ଓ ଆଲୋକୀକରଣ ବନ୍ଦ ହେବା ଘଟଣା ।  ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

1 hour ago

BECIL ରେ ସୁଯୋଗ, ୧୨ଶ ପାସ୍‌ ଠାରୁ ଗ୍ରାଜୁଏସନ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟ ଇଣ୍ଡିଆ ଲିମିଟେଡ (BECIL) ରେ…

2 hours ago