ବାଲୁକା ଚିତ୍ରକଳା ମାଧ୍ୟମରେ ପୁରୀ ବେଳାଭୂମିରେ ପବିତ୍ର ମହାଶିବରାତ୍ରିର ଶୁଭେଚ୍ଛା

ପୁରୀ(କେନ୍ଯୁଜ୍): ପବିତ୍ର ମହାଶିବରାତ୍ରି ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶିବରାତ୍ରିର ଶୁଭେଚ୍ଛା ଜଣାଇଛନ୍ତି । ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା ଚିତ୍ର କଳା କରିଛନ୍ତି ।

ସବୁଠୁ ବଡ଼ କଥା ହେଉଛି ଏହି ବାଲୁକା ଚିତ୍ରକଳାରେ ୨୩ ହଜାର ୪୩୬ଟି ରୁଦ୍ରାକ୍ଷ ବ୍ୟବହାର ହୋଇଛି ।ଏହି ଚିତ୍ରକଳାରେ ପ୍ରଭୁ ଶିବଙ୍କ ପ୍ରତିକୃତି ସମେତ ଶିବ ଲିଙ୍ଗର ପ୍ରତିକୃତି କରିଛନ୍ତି ସୁଦର୍ଶନ । ବିଶ୍ୱରେ ଏବେ ତୃତୀୟ ବିଶ୍ୱ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଶ୍ୱରେ ଶାନ୍ତି କାମନା କରିଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା ଚିତ୍ରକଳାରେ ବିଶ୍ୱ ଶାନ୍ତି ନେଇ ବାର୍ତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.