ଯାତ୍ରା ପେଣ୍ଡାଲରେ ବୀଭତ୍ସତାର ପ୍ରଦର୍ଶନ: ମଞ୍ଚରେ ଖେଳାଇଲେ ସାପ, ଖାଇଲେ ଜୀଅନ୍ତା ଘୁଷୁରୀ ମାଂସ

ବ୍ରହ୍ମପୁର: ଯାତ୍ରା ପେଣ୍ଡାଲରେ କଳାକାରଙ୍କ ଆଇନକୁ ଉଲଘଂନ । ଖୋଲା ମଞ୍ଚରେ ସାପ ଖେଳାଇବା ସହ ଜୀଅନ୍ତା ଘୁଷୁରି ଖାଇଲେ କଳାକାର । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ରାଲବ ଗାଁରେ ଗତ ୨୪ ତାରିଖରେ ଲାଗିଥିବା ନାଟକରେ ବନ୍ୟ ଜନ୍ତୁକୁ ଖୋଲା ମଞ୍ଚରେ ଖେଳାଇବା ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି । କଳାକାର ଓ ସାପ ଯୋଗାଇ ଦେଇଥିବା ଲୋକଙ୍କୁ ତୁରନ୍ତ ଗିରଫ କରି କାର୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏହାକୁ ନେଇ ପିସିସିଏଫ ୱାଇଲଡ୍ ଲାଇଫକୁ ଏକ ଟୁଇଟ୍ କରି ଅଭିଯୋଗ କରିଛନ୍ତି ପଶୁପ୍ରେମୀ ।  ଅଭିଯୋଗ ପରେ ତଦନ୍ତ ଜାରି ରହିଥିବା କହିଛନ୍ତି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ।

ଗଞ୍ଜାମ ଜିଲ୍ଲାରେ ଅନେକ ନାଟକରେ ବନ୍ୟ ପ୍ରାଣୀ ଆଇନ ଉଲଂଘନ ହେବାର ଦୃଶ୍ୟ ଦେଖିବାକୁ ମିଳିଛି । ତଦନ୍ତ ରିପୋର୍ଟ ଆସିବା ପରେ ଦୋଷିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ।  ଅନ୍ୟପଟେ ନାଟକରେ ବନ୍ୟ ଜନ୍ତୁଙ୍କୁ ଖୋଲା ମଞ୍ଚରେ ଖେଳାଇବା କେତେ ଦୂର ଠିକ୍ ସେନେଇ ଦାବି କରିଛନ୍ତି ଦର୍ଶକ ।