କଟକ ନୂଆସାହି ଅଞ୍ଚଳରେ ଅଭାବନୀୟ ଘଟଣା, ଘର ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

କଟକ : କଟକ ବିଡାନାସୀ ଥାନା ଅନ୍ତର୍ଗତ ନୂଆସାହି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି ।   ଏକ ଧର୍ମାନୁଷ୍ଠାନ ପରିସର ଭିତରେ ଥିବା ବନ୍ଦ୍ ଘର ଭିତରୁ ଯୁବକଙ୍କ ମୃତଦେହ ମିଳିଛି  ।  ସୂଚନାନୁସାରେ ଗତ କାଲି ଅପରାହ୍ନରେ ଖାଦ୍ୟ ଖାଇବାପରେ ଶୋଇ ବାକୁ ଯାଇ ଥିଲେ ଯୁବକ। ଘର କବାଟ ଭିତର ପଟୁ ବନ୍ଦ କରି ଦେଇ ଥିଲେ।

ରାତିରେ ସନ୍ଦେହ ହେବାକୁ ପୋଲିସକୁ ଖବର ଦେଇଥିଲେ ଅନ୍ତେବାସୀ ।  ପୋଲିସ କବାଟ ଭାଙ୍ଗି ଭିତରକୁ ପଶି ଥିଲା ।  ଘର ଭିତରେ ଯୁବକଙ୍କୁ ମୃତଦେହ ଉଦ୍ଧାର କରାଯାଇଥିଲା ।  ଏହାପରେ ଗ୍ରାମବାସୀ ପୋଲିସକୁ ଖବର ଜଣାଇଥିଲେ । ଘଟଣା ସ୍ଥଳରେ ବିଡାନାସୀ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ କାହିଁକି ଏ ଯୁବକ ପ୍ରାଣ ହାରିଲେ କିମ୍ବା ମୃତ୍ୟୁ ପଛରେ ଆଉ କିଛି କାରଣ ଲୁଚି ରହିଛି ତାହାର ଛାନଭିନ କରୁଛି ପୋଲିସ ।

Also read: କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ