ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ କଙ୍ଗାରୁ କୋର୍ଟ । କମେଣ୍ଟ ମରାକୁ କେନ୍ଦ୍ର କରି ସଭା ମଝିରେ ଦଣ୍ଡ ଦେଲେ ଲୋକ । ୩ ଜଣଙ୍କୁ ସର୍ବସମ୍ମୁଖରେ କାନ ଧରି ଆଣ୍ଠେଇ ଦେଲେ । ଏହି ଦୃଶ୍ୟ ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର । ପାଲାମଣ୍ଡପ ନିକଟରେ ତିନି ଜଣଙ୍କୁ ଶାସ୍ତି ଦେଇଛନ୍ତି ଲୋକ ।
ଅଭିଯୋଗ ହୋଇଛି, ୩ ଜଣ ସ୍କୁଲ ପିଲାଙ୍କୁ ବିଭିନ୍ନ ସମୟରେ କମେଣ୍ଟ ମାରୁଥିଲେ । ଯାହାକୁ ନେଇ ତାତିଥିଲେ ସ୍ଥାନୀୟ ଲୋକ । ତିନି ଜଣଙ୍କୁ ଧରି ଗାଁ ସଭାରେ ନିଷ୍ପତ୍ତି ପରେ ସେମାନଙ୍କୁ କାନ ଧରି ଆଣ୍ଠେଇ ଦେଇଥିଲେ । ଏକ ଘରକିଆ କରିବାକୁ ଚେତେଇବା ସହ ନିଆଁ ପାଣି ବନ୍ଦ କରିବାକୁ ଚେତେଇ ଦିଆଯାଇଛି ।
କଙ୍ଗାରୁ କୋର୍ଟର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ବିଶେଷ କରି ଗାଁ ଗଣ୍ଡାରେ ଗ୍ରାମସଭା କରି ଲୋକଙ୍କୁ ଶାସ୍ତି ଦିଆଯାଏ । କିନ୍ତୁ ରାଜଧାନୀରେ କଙ୍ଗାରୁ କୋର୍ଟକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।