ପାରିବାରିକ ବିବାଦ ନେଇଗଲା ଜୀବନ, ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ଯାଜପୁର : ନିଜ ହାତରେ ପୋଛିଦେଲା ନିଜ ମଥା ସିନ୍ଦୁର । ସ୍ବାମୀକୁ ହତ୍ୟା କରି ଜଙ୍ଗଲରେ ଗାତ ଖୋଳି ପୋତିଦେଲା ସ୍ତ୍ରୀ । ହତ୍ୟା ପରେ ଥାନାକୁ ଯାଇ ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତ ମହିଳା । ଯାଜପୁର ସୁକିନ୍ଦା ଥାନା ସଂସାଇଲୋ ପଞ୍ଚାୟତ ଡ଼ୁବିଖାଲ ଗାଁରେ ଏଭଳି ଅମାନବୀୟ ଘଟଣା ଘଟିଛି ।
ପାରିବାରିକ ବିବାଦରୁ ସ୍ବାମୀ ବାବୁଲି ମୁଣ୍ଡାଙ୍କୁ ସ୍ତ୍ରୀ ଦୂମାରୀ ମୁଣ୍ଡା ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାପରେ ବାଡ଼ି ପଛପଟ ଜଙ୍ଗଲରେ ପୋତି ଦେବା ପରେ ନିଜେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଥିଲେ ଦୂମାରୀ । ହତ୍ୟା ପରେ ଅଭିଯୁକ୍ତ ପତ୍ନୀ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିବା ସହ ସେ ନିଜେ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।
ସ୍ଥାନୀୟ ସରପଞ୍ଚ ମଧ୍ୟ ସୁକିନ୍ଦା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଦୂମାରୀଙ୍କୁ ଅଟକ ରଖି ତଦନ୍ତ କରୁଛି। ଆଜି ସାଇଣ୍ଟିଫିକ୍ ଟିମ ପହଞ୍ଚିବା ପରେ ଗାତ ଖୋଳି ମୃତଦେହ ବାହାର କରାଯିବ ।
Also read: ସ୍ବାମୀକୁ ହତ୍ୟା କରି ପକେଟରେ ଶକ୍ତିବର୍ଦ୍ଧକ କ୍ୟାପସୁଲ ରଖିଦେଲା ସ୍ତ୍ରୀ, ପୋଲିସକୁ କହିଲା ଓଭରଡୋଜ ଯୋଗୁଁ ଚାଲିଗଲା…