ସାମାନ୍ୟ ବଚସାରୁ ବିଳମ୍ବିତ ରାତିରେ ଗୁଳି ମାଡ଼, ଜଣେ ଗୁରୁତର

ଅନୁଗୁଳ: କଥା କଥାକେ ଫୁଟୁଛି ଗୁଳି । ସାମାନ୍ୟ ବଚସାରୁ ବିଳମ୍ବିତ ରାତିରେ ଫୁଟିଲା ଗୁଳି। ଘର ଆଗରେ ବୁଲୁଥିବା ବେଳେ ନାବାଳକକୁ ଗୁଳିମାଡ଼ ହୋଇଛି । ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ସାନ କେରେଜାଙ୍ଗ ଗୋଛାୟତ ସାହିରେ ଗୁଳି ମାଡ଼ ହୋଇଥିବା ଅଭିଯୋଗ ହେଇଛି । ଏଥିରେ ଶ୍ରୀକାନ୍ତ ଗୋଛାୟତ ଗୁରୁତର ଆହତ ହୋଇଛନ୍ତି ତାଙ୍କ ଜଂଘରେ ବାଜିଛି ଗୁଳି । ଶ୍ରୀକାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଶ୍ରୀକାନ୍ତ ଘରୁ ବାହାରକୁ ଯାଇଥିବାବେଳେ ତାଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିବା ଅନୁମାନ କରାଯାଉଛି। କିଏ ଗୁଳିମାଡ଼ କଲା କାରଣ ଜଣାପଡିନଥିବାବେଳେ ନିଶା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।
ଆହୁରି ପଢ଼ନ୍ତୁ : ସିସିଟିଭି ଦେଖି ଚେନ୍ ଲୁଟେରାଙ୍କୁ ଗିରଫ କଲା ଅନୁଗୁଳ ପୋଲିସ