ରାଜ୍ୟ

ଖାଇବା ବଚସାକୁ ନେଇ ହୋଟେଲ କର୍ମଚାରୀଙ୍କୁ ଗୁଳିମାଡ଼, ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଶୋଳା ଅଞ୍ଚଳରେ ଥିବା ଓଁକାର ହଟେଲ ହୋଟେଲ କର୍ମଚାରୀକୁ ଗୁଳିମାଡ଼। ବିଳମ୍ବିତ ରାତିରେ ଦୁର୍ବୃତ୍ତ ଓ ତାଙ୍କ ଚାରିଜଣ ସାଥି ପୁରୀରୁ ଫେରିବା ସମୟରେ ହୋଟେଲ ମଧ୍ୟରେ ଖାଇବା ପରେ ପେମେଂଟ ଦେବା ସମୟରେ ଦୁର୍ବୃତ୍ତ ଓ କର୍ମଚାରୀ ମଧ୍ୟରେ ବଚସା ହୋଇଥିଲା। ଗୁଳିମାଡ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ।

ସୂଚନା ଅନୁସାରେ ହୋଟେଲ କର୍ମଚାରୀ ଝାଡ଼ଖଣ୍ଡ ରାଜ୍ୟ ବୋହଡାଗୁଡା ଅଞ୍ଚଳର ବଡ଼ଷୋଳ ଗ୍ରାମର ସୁଜନଙ୍କ ଛାତିରେ ଗୁଳି ବାଜିଛି । ପ୍ରଥମେ ଗୁରୁତ୍ୱର ଅବସ୍ଥାରେ ବାରିପଦା ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଜୀବନ ପ୍ରତି ବିପଦ ଦେଖି ବାରିପଦାରୁ କଟକ SCB MEDICAL କୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଝାରପୋଖରିଆ ପୋଲିସ ସହିତ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ବୃତ୍ତ ମାନେ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ସୂଚନା ମିଳିଛି । ଅଧିକ ତଥ୍ୟ ପାଇଁ ଥାନାରେ ହୋଟେଲ ମ୍ୟାନେଜକୁ ଅଟକ ରଖି ପଚରା ଉଚରା ଚାଲିଛି ।

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

6 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago